ଟ୍ରକ ପଛରୁ ଧକ୍କା ଦେଲା 108ଆମ୍ବୁଲାନ୍ସ; 2ମୃତ, ଜଣେ ଗୁରୁତର

କେନ୍ଦୁଝର: ଟ୍ରକ ପଛକୁ ଧକ୍କା ଦେଲା ଆମ୍ବୁଲାନ୍ସ l ଏଭଳି ଦୁର୍ଘଟଣା ଘଟିଛି ଜାରକା-ଚଣ୍ଡିଖୋଲ ମଜିରେ ରସିଆ ପେଟ୍ରୋଲ ଟାଙ୍କି ନିକଟରେ l ଗତ କାଲି ଅର୍ଥାତ ରବିବାର ଭୋର 4ଟା ସମୟରେ କଟକ ଶିଶୁଭବନରୁ ରୋଗୀ ଛାଡି ଫେରିବା ବେଳେ ରସିଆ ପେଟ୍ରୋଲ ଟାଙ୍କି ନିକଟରେ ପାଖରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ ସହିତ ପିଟି ହୋଇଯାଇଥିଲା ।
ଘଟଣା ସ୍ଥଳରେ ଆଟେଣ୍ଡlଣ୍ଟ ହେମନ୍ତ ଆଚାର୍ଯ୍ୟ (ବୟସ 36)ଙ୍କ ମୃତ୍ୟୁ ହୋଇଥିଲା l EMT-ଗିରିଜା ଶଙ୍କର ସେଠୀ(25) ଓ Driver – ଗୋବର୍ଦ୍ଧନ ଜେନା( 40)ଙ୍କୁ କଟକ SCB ପରେ ଘରୋଇ ମେଡିକାଲ SUM ULTIMATE HOSPITALରେ EMTଙ୍କୁ ଓ SUM ହସ୍ପିଟାଲରେ ଡ୍ରାଇଭରଙ୍କୁ ଗତ କଲି ଠାରୁ ଚିକିତ୍ସା କରାଯାଉଥିଲା । ଦୁଃଖଦ ଘଟଣା ଏବେ ସମୟ 1.30pmରେ ଡାକ୍ତର ଡ୍ରାଇଭର ଗୋବର୍ଦ୍ଧନ ଜେନାଙ୍କୁ ମୃତ୍ୟୁ ଘୋଷଣା କରିସାରିଲେଣି । ଚାହୁଁ ଚାହୁଁ 2ଟି ନିରୀହ ଜୀବନ ପରିବାରଙ୍କୁ ଶୋକାକୁଳ କରି ପରଲୋକ ହୋଇଗଲେ ।
ହେମନ୍ତଙ୍କ ଏବେ ଦେଢ଼ ମାସ ହେବ ବିବାହ ହୋଇଥିଲା । ଗୋବର୍ଦ୍ଧନ ଜେନାଙ୍କ 2ଟି ଛୋଟ ଛୁଆ ଥିଲେ । 11 ବର୍ଷ ହେବ ZIQITZA HEALTH CARE LTD. ନାମକ ରାଜ୍ୟ ବାହାର ର ଏକ ଠିକା କମ୍ପାନୀ ଓଡ଼ିଶାରେ ପ୍ରଚଳିତ ଜରୁରୀ କାଳୀନ 108 ଆମ୍ବୁଲାନ୍ସ ସେବା ଠିକା ଭାବେ ନେଇ ଠିକା କର୍ମଚାରୀଙ୍କୁ ନିଯୁକ୍ତି କରି ନିୟମ ବାହାରେ ଯାଇ 12 ଘଣ୍ଟାରୁ ଅଧିକ ଅହରହ ବିନା ବିଶ୍ରାମରେ କାର୍ଯ୍ୟ କରାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।
ସରକାର , ସ୍ବାସ୍ଥ୍ୟ ବିଭାଗ , NHM, ଲେବର କମିଶନ , ସ୍ଥାନୀୟ ବିଧାୟକ ସମସ୍ତଙ୍କୁ ନିଜର ଦୁଃଖ ଜଣାଇ ଆସୁଥିବା 108 କର୍ମଚାରୀଙ୍କ ଦୁଃଖ କେହି ଆଜିପର୍ଯ୍ୟନ୍ତ ବୁଝୁନାହାନ୍ତି । 12ଘଣ୍ଟା , 24 ଘଣ୍ଟା ଲଗାତାର duty ଜୋର୍ କରି କରାଯାଉଛି । ପୂର୍ବ ଦିନରେ ଆମେ ଦେଖିବାକୁ ପାଇଥିଲେ ଯାଜପୁର ଜିଲ୍ଲାରେ ଚଳନ୍ତା ଆମ୍ବୁଲାନ୍ସରୁ ଖସି ପଡ଼ି ଜଣେ ଆଟେଣ୍ଡାଣ୍ଟଙ୍କ ଦେହାନ୍ତ ପରେ ରାସ୍ତାରୋକ ହୋଇଥିଲା l
ଏନେଇ ଧର୍ମଶାଳା ବିଧାୟକ କଥା ଦେଇଥିଲେ ସରକାର ବିଭାଗରେ ଏକ ବୈଠକ କରି ଏହାର ସ୍ଥାୟୀ ସମାଧାନ କରିବାପାଇଁ । କିନ୍ତୁ କାହାର ପ୍ରଭାବ ପଡିଛି ଯେ ହଜାର ହଜାର ରୋଗୀଙ୍କ ଜୀବନ ବଞ୍ଚାଉଥିବା 108 ଆମ୍ବୁଲାନ୍ସ କର୍ମଚାରୀ ଆଜି ଅସୁରକ୍ଷିତ l
ଏବେ ଯେଉଁ ଘଟଣାରେ 2ଜଣ କର୍ମଚାରୀ ଦେହାନ୍ତ ହୋଇଛି, ଗତକାଲି ରାସ୍ତାରୋକ ବେଳେ କଲେକ୍ଟର ମହୋଦୟ କଥା ଦେଇଛନ୍ତି 13ତାରିଖ ଭିତରେ ବୈଠକ କରିବେ ଓ ବୁଝିବେ କଣ ଅସୁବିଧା । ଯଦି ଆଗାମୀ ଦିନରେ କୌଣସି ସରକାର ସ୍ତରୀୟ ବୈଠକ କରାଯାଇ ସ୍ଥାୟୀ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ 108 କର୍ମଚାରୀ ପ୍ରେସମିଟ କରି ସମସ୍ତଙ୍କୁ ସୂଚନା ଦେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗାଡ଼ି ବନ୍ଦ ଡାକରା ଦେବେ ।