ଓଡ଼ିଶା

ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା STF; ୧୧ କେଜି କାତି ଜବତ

ବୌଦ୍ଧ: ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ବୌଦ୍ଧ ବନ ବିଭାଗ ଓ ଏସଟିଏଫର ମିଳିତ ରେଡ୍‌ରେ ବଜ୍ରକାପ୍ତା କାତି ଜବତ ହୋଇଛି। ବୌଦ୍ଧ ଥାନା ଜଗନ୍ନାଥ ରୋଡ୍ ସ୍ଥିତ ବଘାରପାଲି ଛକରୁ ୧୧କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଜଣେ ବଜ୍ରକାପ୍ତା ବେପାରୀ ପ୍ରଦୋଶ ମହାକୁଡ଼କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ସେହିପରି ଆଉ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର ପରେ ବୌଦ୍ଧ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ୨୦୨୦ ସୁଦ୍ଧା ୨୭ ବାଘ ଛାଲ, ୧୮ ହାତୀ ଦାନ୍ତ, ୭ଟି ହରୀଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ଶହ ଗ୍ରାମ ବଜ୍ରକାପ୍ତା କାତି , ୨ଟି ବାଘ ଦାନ୍ତ, ୨୯ ବାଘ ପଞ୍ଝା ଓ ୪୬ ଜୀବନ୍ତ ଶୁଆ ଜବତ ହୋଇଛି । ୬୬ ଜଣ ଜଙ୍ଗଲ ତସ୍କରଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com