ଜାତୀୟରାଜନୀତି

ଆଶ୍ଚର୍ଯ୍ୟ କଲା ରାହୁଲ ଗାନ୍ଧିଙ୍କ ବୟାନ । ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ: ଆମେରିକାରେ ଗସ୍ତରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଏହି ସମୟରେ ସେ ଭାରତୀୟ ଡାଏସପୋରା, ଲ କଲେଜର ଛାତ୍ରଛାତ୍ରୀ, ଇଣ୍ଡିଆନ ଓଭରସିଜ କଂଗ୍ରେସର ସଦସ୍ୟଙ୍କ ସହ ବିଭିନ୍ନ ଆଲୋଚନା କରିଥିବା ଜଣାପଡିଛି ।

କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସମସ୍ତଙ୍କୁ ଚମକେଇ ଦେଇଛନ୍ତି ରାହୁଲ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ତାଙ୍କ ମନ୍ତବ୍ୟ । ସବୁବେଳେ ମୋଦିଙ୍କୁ ଟାର୍ଗେଟ କରୁଥିବା ରାହୁଲ ଏବେ ବଡ କଥା କହିଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ମୋଦିଙ୍କୁ ଘୃଣା କରେନି । ଅର୍ଥାତ ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରନ୍ତି କଂଗ୍ରେସ ସାଂସଦ ।

ଶୁଣନ୍ତୁ କଣ କହିଛନ୍ତି ରାହୁଲ । ତେବେ ରାହୁଲ କହିଛନ୍ତି ମୁଁ ପ୍ରକୃତରେ ନରେନ୍ଦ୍ର ମୋଦିଙ୍କୁ ଘୃଣା କରେ ନାହିଁ। ମୁଁ ତାଙ୍କ ଦୃଷ୍ଟିକୋଣ ସହିତ ସହମତ ନୁହେଁ, । ତାଙ୍କ ଚିନ୍ତାଧାରା ବା ଆଭିମୁଖ୍ୟ ଅଲଗା ଓ ମୋର ଚିନ୍ତାଧାରା ଅଲଗା ବୋଲି କହିଛନ୍ତି ରାହୁଲ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com