ଓଡ଼ିଶା

କଟକ ଅବହେଳିତ ଅବ୍ୟସ୍ଥା ପାଇଁ ଦାୟି କିଏ? ଜାଣନ୍ତୁ

କଟକ(ଜାୱେଦ ଅହମ୍ମଦ): ଅବ୍ୟସ୍ଥାରେ ଚାଲୁଛି କଟକ ପରିମଳ l କଟକ ଇନ୍କୁ ନେଇ ବହୁତ ଖୁସି ଥିଲେ କଟକବାସୀ l ମହାନଦୀ କୂଳରେ ବାଲିଯାତ୍ରା ପଡ଼ିଆକୁ ଲlଗି ଏହି ପାର୍କଟି 2022 ବାଲିଯାତ୍ରାରେ ଏହାର ଶୁଭାରମ୍ଭ ଆରମ୍ଭ ହୋଇଥିଲl l

ଏହି ପାର୍କରେ ବାଲିଯାତ୍ରା ସମୟରେ କଟକର ମୁଖ୍ୟ ସ୍ଥାନ ଗୁଡିକ ଯେଭଳି ଚଣ୍ଡି ମନ୍ଦିର, ଧବଳେଶ୍ଵର ମନ୍ଦିର, ତଥା କଦମ୍ ରସୁଲ, କଟକରେ ଥିବା ଚର୍ଚ୍ଚ ଆକୃତି ଅନୁସାରେ ମଡେଲ ଗଢା ଯାଇଥିଲା l ଆହୁରି ଅନେକ ପ୍ରକାରର ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ଗୁଡିକ ଗଢା ଯାଇଥିଲା l ଆଲୋକ ବ୍ୟବସ୍ଥା ମଧ୍ଯ ଖୁବ୍ ସୁନ୍ଦର କରାଯାଇଥିଲା l ବିଭିନ୍ନ ଗଛ ଗୁଡିକ ଚାରିପଟେ ଚୌରା ତଥା ବସିବା ପାଇଁ ସିମେଣ୍ଟ ଚୌକି ଗଢା ଯାଇଥିଲା l ସହରବାସୀଙ୍କ ପାଇଁ ଏକ ମନମୁଗ୍ଧ ସ୍ଥାନ ରୂପେ ପରିଚିତ ହୋଇଥିଲା l

ବାଲିଯାତ୍ରା ପରେ କଟକ ମହାନଗର ନିଗମ ସେ ଜାଗାଟିକୁ ପାଚେରୀ ଦେଇ ରକ୍ଷଣ ବେକ୍ଷଣ ଦାୟିତ୍ଵ ନେଇଥିଲା l କିନ୍ତୁ ସମୟର ପରିବର୍ତ୍ତନ ଅନୁସାରେ ଆଜି ସେହି ଜାଗାଟି ଅବହେଳିତ ଅବସ୍ଥାରେ ପଡିରହିଛି l କିଛି ଦିନ ଧରି ମହାନଗର ନିଗମ ସେଇ ଜାଗାଟିକୁ ଟଙ୍କା ନେଇ ଜନସାଧାରଣଙ୍କ ଠାରୁ ଭୋଜିଭାତ କରିବା ପାଇଁ ଅନୁମତି ଦେଇଥିଲା l କିନ୍ତୁ ଏନ୍ଜିଟି କଟକଣାକୁ ନେଇ ଭୋଜିଭାତ ବନ୍ଦ କରାଯାଇଥିଲା l ତାପରେ ଏହାକୁ ଏନଜିଟି କହିବା ଅନୁଯାୟୀ ଏଥିରେ ଗଛ ପତ୍ର ଲଗାଯାଇ ଏକ ସୁନ୍ଦର ପାର୍କ ରୂପେ ରଖାଯାଉ l

ଏଥିରେ ମହାନଗର ନିଗମ ପକ୍ଷରୁ କର୍ମଚାରୀ ମଧ୍ଯ ନିୟୋଜିତ ହୋଇଛନ୍ତି l ପାର୍କ ଥିବା ବିଭିନ୍ନ ଝୁଲା, ପିଲା ଖେଳିବା ପାଇଁ ସରଞ୍ଜାମ ଲଗାଯାଇଛି l କିନ୍ତୁ ସେଗୁଡିକ ମଧ୍ୟ ଅବହେଳିତ ଅବସ୍ଥାରେ ପଡିରହିଛି l ସ୍ଥାନୀୟ କର୍ପୋରେଟର କହିବା କଥା ବାଲିଯାତ୍ରା ଆସିଲେ ସିଏମସିକୁ ମନେପଡେ, ତାପରେ ଏମାନେ ଭୁଲି ଯାଆନ୍ତି l ଗତ ଜୁନ୍ ମାସରୁ ଏହାକୁ plantention ବିଭାଗକୁ ଦିଆଯାଇଛି l କିନ୍ତୁ ଏହି ବିଭାଗ କିଛି ନଜାଣିଲା ଭଳି ଚୁପ୍ ହୋଇ ବସିରହିଛି l

ଏହା ପାଇଁ ଦାୟି କିଏ ? ସେହିଭଳି ଦେଖିବା ଯଦି କଟକର ଐତିହାସିକ ଦୁର୍ଗ, ବାରବାଟୀ ଷ୍ଟାଡିୟମ୍ ଚାରିପଟରେ ପରିମଳ ବ୍ୟବହାର l ସେହିଭଳି ଦେଖିବା ଯଦି କଟକର ଐତିହାସିକ ଦୁର୍ଗ, ବାରବାଟୀ ଷ୍ଟାଡିୟମ୍ ଚାରିପଟରେ ପରିମଳ ବ୍ୟବସ୍ଥା ଅତି ଶୋଚନୀୟ, ହକି ୱାର୍ଲ୍ଡ କପ୍ ଉଦଘାଟନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର,ରିଙ୍ଗ ବନ୍ଧ ଫୁଟ ପlଥ କାର୍ଯ୍ୟ ଠାରୁ ରାସ୍ତା ଆଲୋକୀକରଣ ବ୍ୟବସ୍ଥା, କାନ୍ଥ ମାନଙ୍କରେ ଚିତ୍ର ଆଙ୍କିବାଅନେକ କାର୍ଯ୍ୟ ଯେପରି ରାସ୍ତା କଡରେ ସୁଲଭ ଶୌଚାଳୟ କରାଯାଇଥିଲା l

କିନ୍ତୁ ଏସବୁ ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି,ୱାର୍ଲ୍ଡ କପ୍ ଉଦଘାଟନ ପରେ ସୁଲଭ ଶୌଚାଳୟ ରେ ତାଲା ପଡିଛି, ଆଲୋକୀକରଣ ଅନ୍ଧାରରେ ପରିଣତ ହୋଇଛି, କୋଉଠି ଗଛ ପଡିରହିଛି ତ ହକି ଖେଳ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଛି, ଲାଗୁଛି ଯେମିତି କଟକ ସହରକୁ ଶ୍ରୀହୀନ କରିଲା ଭଳି l କେବେ ଠିକ୍ ହେବ ଏଗୁଡ଼ିକ ଉତ୍ତର କାହା ପାଖରେ ନାହିଁ l ଏହା ଭିତରେ ସରକାର ପରିବର୍ତ୍ତନ ହୋଇଛି l ତାହାର ପ୍ରଭାବ ନୁହେ ତ ?

କଟକ ବାସୀଙ୍କ ମନରେ ସବୁ ବେଳେ ଏହି ପ୍ରଶ୍ନ ଉଙ୍କି ମାରୁଛି l ମେୟର ସୁବାଷ୍ ସିଂ କହିବା କଥା ପୂଜା ପୂର୍ବରୁ ସବୁ ଠିକ୍ ହୋଇଯିବ ସବୁ ବିଭାଗ ସହିତ କଥାବାର୍ତ୍ତା ଚାଲିଛି l ସରକାରଙ୍କୁ ମଧ୍ଯ ସବୁ ବିଷୟରେ ଜଣାଇଦିଆଯାଇଛି l ସରକାର ମଧ୍ଯ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି, ପାର୍ବଣ ଋତୁରେ ସବୁ ଠିକ୍ ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com