ଜାତୀୟ

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀରକୁ କରାଯିବନି ସଂସ୍କାର; ଦିଲ୍ଲୀ ଏମ୍ସକୁ ଦାନ କଲେ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଗୁରୁବାର ଦିନ ସୀତାରାମ ୟେଚୁରୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ବର୍ତ୍ତମାନ ତାଙ୍କର ପାର୍ଥିବ ଶରୀରକୁ ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ପରିବାର ବର୍ଗ ନୂଆଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି । ତେବେ ସେ ନିମୋନିଆ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଏଥିଯୋଗୁ ତାଙ୍କ ଶ୍ୱାସନଳୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି ସୂଚନା ମିଳିଛି ।

ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି । ଗତ ୨୩ ଦିନ ଧରି ଦିଲ୍ଲୀର ଏମ୍ସରେ ୭୨ବର୍ଷୀୟ ୟେଚୁରୀ ଚିକିତ୍ସିତ ହେଉଥିଲେ । ସେ ଶ୍ୱାସ ରୋଗରେ ପୀଡିତ ଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ୟେଚୁରୀଙ୍କ ମୃତଦେହକୁ ଦାହ କରାଯିବ ନାହିଁ । ତେବେ ତାଙ୍କର ମୃତଦେହକୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମୁଖ୍ୟାଳୟରେ ରଖାଯିବ ।

ଯେଉଁଠାରେ ଲୋକମାନେ ସେପ୍ଟେମ୍ବର ୧୪ରେ ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ କରିବେ ଏବଂ ଶ୍ରଦ୍ଧାଞ୍ଜଳି ଦେବେ । ଏହା ପରେ ତାଙ୍କର ମୃତଦେହ ଗବେଷଣା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ଦିଲ୍ଲୀ ଏମ୍ସକୁ ପଠାଯିବ। ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ବରିଷ୍ଠ ନେତା ସୀତାରାମ ୟେଚୁରୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଥିଲେ ।

୧୯୯୨ରେ ସେ ପୋଲିତ ବ୍ୟୁରୋର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ପୂର୍ବରୁ ସେ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ । ୧୯୭୪ରେ ସେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ବା ଏସଏଫଆଇରେ ସାମିଲ ହୋଇଥିଲେ । ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com