ଓଡ଼ିଶା

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆସିଲା ଯୋଜନା; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆସିଲା ଯୋଜନା । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। । ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର “ମୌସୁମୀ ମିଟ୍ ୨୦୨୪” ଆୟୋଜିତ। ଏହି ମୌସୁମୀ ବୈଠକରେ ବିଭିନ୍ନ ରାଜ୍ୟର ଉଦ୍ୟୋଗୀ ଉପସ୍ଥିତ ଅଛନ୍ତି ।

ତେବେ କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର ନିରନ୍ତରତା ବଜାୟ ରଖିବା ସମ୍ପର୍କରେ ବ୍ୟାପକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଆଗାମୀ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଣୟନ କରାଯିବ।

କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ସହାୟକ ହେବ ଏହି ଯୋଜନା।

ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଂଜନ ସିଂ, ଗୋପାଳନ ଓ ସଂଖ୍ୟା ଲଘୁ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିଅନ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ପଶୁ ପାଳନ ଏବଂ ଦୁଗ୍ଧ ସଚିବ ଅଳକା ଉପାଧ୍ୟାୟ, ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା, ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ମେନେଶ ଶାହା ଉପସ୍ଥିତ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com