ଓଡ଼ିଶା

କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ଲଟ ନିଲାମ ପ୍ରକ୍ରିୟା

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ଲଟ ନିଲାମ ପ୍ରକ୍ରିୟା। ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନିଲାମ ପ୍ରକ୍ରିୟା । ନିଲାମ ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ, କର୍ମଚାରୀମାନଙ୍କୁ ନେଇ ୧୦ଟି ଟିମ କରାଯାଇଛି।

୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ ଜିଲ୍ଲା ପ୍ରଶାସନ। ନଭେମ୍ବର ୨୭ରୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା।

Related Articles

Back to top button
WP Twitter Auto Publish Powered By : XYZScripts.com