ଓଡ଼ିଶା

ମୁଦ୍ର କୂଳରେ ଖୋଲିବନି ବିଚ୍ ସାକ୍ସ; ଖୁସି ହେଲେ ବିଭିନ୍ନ ସାମାଜିକ ସଂଗଠନ

ପୁରୀ: ମୁଦ୍ର କୂଳରେ ବିଚ୍ ସାକ୍ସକୁ ନେଇ ହୋଇଥିବା ବିରୋଧ ପରେ ରାଜ୍ୟ ସରକାରଙ୍କର ଚେତା ପଶିଚି l ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରିବା ପାଇଁ ଖୋଲିବାକୁ ଯାଉଥିବା ବିଚ୍ ସାକ୍ସକୁ ପୁରୀର ବହୁ ସାମାଜିକ ଅନୁଷ୍ଠାନ ବିରୋଧ କରିଥିଲେ l ଫଳରେ ସମୁଦ୍ର କୂଳରେ ଛୋଟ ଛୋଟ କୁଡ଼ିଆ କରାଯାଇ ମଦ ବିକ୍ରୟ କରାଯିବର ବ୍ୟବସ୍ଥା ଉପରେ ରୋକ ଲଗାଇ ଛନ୍ତି ଖୋଦ ରାଜ୍ୟ ସରକାର l ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଏଭଳି କିଛି ନିଷ୍ପତ୍ତି ନେଇଥିଲେ ।

ସେପଟେ ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ପୁରୀ ବେଳାଭୂମିରେ ମଦ ବିକ୍ରି ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧି ଏକ ପବିତ୍ର ସ୍ଥାନ । ସେଠାରେ ମହାପ୍ରଭୁଙ୍କର ଅନେକ ନୀତି କାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଗୋବର୍ଦ୍ଧନ ପୀଠ ପକ୍ଷରୁ ପ୍ରତିଦିନ ମହୋଦଧି ଆଳତୀ ଅନୁଷ୍ଠିତ ହହୋଇଥାଏ l ହଜାର ହଜାର ଭକ୍ତ ପ୍ରତିଦିନ ମହୋଦଧିରେ ସ୍ନାନ କରି ନିଜକୁ ପବିତ୍ର ମନେ କରିଥାନ୍ତି ।

ଏଣୁ ପବିତ୍ର ମହୋଦଧି କୂଳରେ ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରିବା ପାଇଁ ମଦ ଦୋକାନ ଖୋଲାଗଲେ ବ୍ୟାପକ ଅରାଜକତା ଏବଂ ଅଶାନ୍ତି ସୃଷ୍ଟି ହେବ । ଏହାଦ୍ବାରା ଶ୍ରୀକ୍ଷେତ୍ର ର ଆଧ୍ୟାତ୍ମିକତା ବାତାବରଣ ନଷ୍ଟ ହେବ । ନଚେତ୍ ଏହି ପ୍ରସଙ୍ଗକୁ ନେଇ ସରକାର ମଧ୍ୟ ଶାସନରୁ ବିତାଡିତ ହେବେ ବୋଲି ସତର୍କ କରାଇ ଦେଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଏଣୁ ମହୋଦଧି କୂଳରେ ମଦ ଦୋକାନ ଖୋଲିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ କେବେ ବି ସମର୍ଥନ କରାଯିବ ନାହିଁ l ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାକୁ ବନ୍ଦ କରିବା ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ପୁରୀ ସମୁଦ୍ର କୂଳରେ ବିଚ୍ ସାକ୍ସ ଖୋଲିବା ତଥା ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ବିଭିନ୍ନ ସଙ୍ଗଠନ ଓ ଜଗନ୍ନାଥ ପ୍ରେମୀ । ସମୁଦ୍ର କୂଳ ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ମଦ ମୁକ୍ତ କରିବା ପାଇଁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ପକ୍ଷରୁ ଦାବି ହୋଇଥିଲା । ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇ ବିରୋଧ ପ୍ରଦର୍ଶନ କରାଯାଏଇଥିଲା । ପୁରୀର ଅନ୍ୟତମ ବୁଦ୍ଧିଜୀବି କୃଷ୍ଣ ଜଗଦେବ କହିଥିଲେ l ପୂର୍ବ ବିଜେଡି ସରକାର ସମୟରେ ଏଭଳି ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ କଡ଼ା ବିରୋଧ କରାଯିବାରୁ ବିଜେଡ଼ି ସରକାର ଏହି ନିଷ୍ପତ୍ତିରୁ ଓହରି ଥିଲା ।

ତେବେ ଓଡ଼ିଶାକୁ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ଆଳରେ ଶ୍ରୀକ୍ଷେତ୍ରରେ ମଦ ବିକ୍ରିକୁ ଖୁଲମଖୁଲା ଅନୁମତି ଦିଆଯିବା ଦୁଃଖ ଦାୟକ । ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ନକଲେ ଆଗାମୀ ଦିନରେ ଦୃଢ଼ ବିରୋଧ କରାଯିବ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ସେପଟେ ବିଚ୍ ସାକ୍ସକୁ ବିଭିନ୍ନ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମତ ରଖିଥିଲେଲ l ପୁରୀ ଜିଲ୍ଲାପାଳ କହିଛନ୍ତି ପର୍ଯ୍ୟଟନ ଶିଳ୍ପର ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି ନୂଆ ଅବକାରୀ ନୀତି କରିଛନ୍ତି । ଏଣୁ ପୁରୀ ସମୁଦ୍ର କୂଳରେ ବିଚ୍ ସାକ୍ସ ଖୋଲିବ କି ନାହିଁ ବିଭିନ୍ନ ଲୋକଙ୍କ ମତାମତ ନିଆଯାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଥିଲେ l

ପୁରୀ ବେଳାଭୂମିରେ ବିଚ୍ ସାକ୍ସ ପ୍ରକଳ୍ପକୁ ବିଭିନ୍ନ ମହଲରେ କଡ଼ା ବିରୋଧ ଦେଖିବାକୁ ବାକୁ ମିଳିଥିଲା.ଆଜି ରାଜ୍ୟ ସରକାର ଏନେଇ ନିଜର ଚୂଡାନ୍ତ ନିଷ୍ପତି ଶୁଣାଇଛନ୍ତି l ପୁରୀ ବିଚରେ ମଦର ପ୍ରଚାର ପ୍ରସାର ହେବ ନାହିଁ l ଏଣୁ ବିଚ୍ ସାକ୍ସ ବନ୍ଦ ହେବା ଶୁଣି ଖୁସି ହେଲେ ବିଭିନ୍ନ ସାମାଜିକ ସଂଗଠନ l

Related Articles

Back to top button
WP Twitter Auto Publish Powered By : XYZScripts.com