ଓଡ଼ିଶା

ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌, ଟଙ୍କା ବୁଡିବା ପରେ ଆତ୍ମହତ୍ୟା କଲେ ଯୁବକ

ଜଗତସିଂହପୁର: ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ । ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧିନ ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ପରିଡା ବୋଲି ଜଣାପଡିଛି । ପରିବାର ଲୋକେ ଦେବେନ୍ଦ୍ରଙ୍କ ଶବଦାହ ପାଇଁ ଗାଁ ମଶାଣୀକୁ ନେଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ଶବ ଜବତ କରିଛି ।

ଖବର ଅନୁଯାୟୀ,  ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ଓ ଭଗବାନ ଧାନ ବ୍ୟବସାୟ କରୁଥିଲେ । କିଛି ଦିନ ହେବ ପ୍ରାୟ ୩ଲକ୍ଷ ଟଙ୍କା ଧାନ ବାବଦରେ ଦେବେନ୍ଦ୍ରଙ୍କ ଆକାଉଣ୍ଟକୁ ଆସିଥିଲା । ଦେବେନ୍ଦ୍ର ଅନଲାଇନ ଗେମ ଖେଳି ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ଏହା ଜଣାପଡିବା ପରେ ପରିବାର ଲୋକେ ଦେବେନ୍ଦ୍ରଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି ବୋଲି ପୋଲିସ କହିଛି ।  ପୋଲିସ ପକ୍ଷରୁ ଦେବେନ୍ଦ୍ରଙ୍କ ଶବ ମଶାଣୀରୁ ଜବତ କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣିଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com