ମନୋରଞ୍ଜନ

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦୀପିକା, ଆସିଲା ଦମ୍ପତିଙ୍କ ପ୍ରଥମ ଝଲକ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କପଲ୍ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ୮ ସେପ୍ଟେମ୍ବର ୨୦୨୪ ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କିନ୍ତୁ ସେମାନେ ନିଜର ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି।

ସେମାନେ ଗୋପନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ଝିଅର ଝଲକ ଦେଖିବାକୁ ଆଗ୍ରହ ଅଛନ୍ତି। ଏହି ସମୟରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୀପିକା ପାଦୁକୋନ ଏବେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । ପିତାମାତା ହେବା ପରେ ସେମାନଙ୍କର ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଧଳା ପୋଷାକ ପିନ୍ଧି ଏକ କାରରେ ବସିଥିବାର ନଜର ଆସିଛନ୍ତି। ତାଙ୍କ ପିତାମାତା ମଧ୍ୟ ଏକ କାରରେ ନଜର ଆସିଛନ୍ତି। ଶାଶୁ ଏବଂ ଶ୍ୱଶୁର ମଧ୍ୟ ଦୀପିକା ପାଦୁକୋନ ଏବଂ ତାଙ୍କ ଝିଅକୁ ନେବାକୁ ଡାକ୍ତରଖାନା ଯାଇଥିଲେ। କିନ୍ତୁ ପ୍ରଶଂସକମାନେ ସେମାନଙ୍କ ଝିଅର ଝଲକ ପାଇ ପାରି ନାହାଁନ୍ତି। ଯେଉଁ କାରଣରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

ଅନ୍ୟପଟେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବାରୁ ପ୍ରଶଂସକମାନେ ଖୁସି ଅଛନ୍ତି। ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି ଯେ ଏହି ଦମ୍ପତି କେବେ ଇନଷ୍ଟାଗ୍ରାମରେ ସେମାନଙ୍କ ଫଟୋ ସେୟାର କରିବେ। ସୂଚନା ଥାଉକି ଅଭିନେତ୍ରୀଙ୍କୁ ୭ ସେପ୍ଟେମ୍ବରରେ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ୯ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com