ଭରତପୁର ଥାନା ମାମଲା ଘଟଣାରେ, ବିଜେଡିର ଭୁବନେଶ୍ୱରରେ ୬ଘଣ୍ଟିଆ ଚଖଅଖ ବନ୍ଦ
ଭୁବନେଶ୍ୱର: ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା । ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା । ଚାଲିବନି ଗାଡି଼ ମଟର । ଭରତପୁର ଥାନା ମାମଲାରେ ମଙ୍ଗଳବାର ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ । ଏନେଇ ସାମ୍ବାଦିକ ସମିଳନୀରେ ଭୁବନେଶ୍ୱର ବନ୍ଦ ଡାକରା ଘୋଷଣା କଲା ବିଜେଡି ।
ଅତ୍ୟାବଶ୍ୟକ ସେବା ଯେଭଳି ବ୍ୟାହତ ନ ହେବ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି କହିଛି ବିଜେଡି । ଏହି ହରତାଳକୁ ଭୁବନେଶ୍ୱରବାସୀ ସହଯୋଗ କରିବେ । ଯେଉଁଭଳି ଘଟଣାକୁ ଲୁଚେବାକୁ ଷଡ଼ଯନ୍ତ୍ର କରାଯାଉଛି ତାକୁ ଦୃଢ଼ ନିନ୍ଦା କରୁଛୁ ବୋଲି ଏହି ସାମ୍ୱାଦିକ ସମ୍ମଳନୀରେ କହିଛି ବିଜେଡି। ସେପଟେ ଶନିବାର ଏହି ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ।
ଭୁବନେଶ୍ବର ଜେଏମ୍ଏଫ୍ସି ଅଦାଲତ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗିରଫ ସମ୍ପର୍କିତ ସୂଚନା ଦେବାର ମାତ୍ର ୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିବା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି । ପୁଲିସର ହାଲୁକା ତଦନ୍ତ ଯୋଗୁଁ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଥିବା ଅଭିଯୋଗ ହେଉଛି ।
ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଥାନା ଡୁମୁଡୁମାରେ ରହୁଥିବା ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳର ରାକେଶ ନାୟକ, ରାଉରକେଲା କୋଏଲ ନଗରର ଅଭିଳାଷ ସାମନ୍ତ, କେନ୍ଦ୍ରାପଡ଼ା ମାର୍ଶାଘାଇର ଅମନ କୁମାର, ଭଦ୍ରକ ଅଞ୍ଚଳର ଆଦିତ୍ୟ ରଞ୍ଜନ ବେହେରା, ରାଉରକେଲା ସେକ୍ଟର-୪ରେ ରହୁଥିବା ଆକାଶ ପଢ଼ିଆରୀ, ହରିଶ ମହନ୍ତ, ଚିଲିକା ଅଞ୍ଚଳର ସମୀର ଆଶିଷ କୁମାର ସ୍ବାଇଁ ।
ଶୁକ୍ରବାର ପୁଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ପୁଲିସ ୨ଟି କାର୍, ୧୧ଟି ମୋବାଇଲ୍ ଫୋନ୍ ଜବତ କରିଥିଲା । ପରେ ସେମାନଙ୍କୁ ଅଦାଲତ ଚାଲାଣ କରିଥିଲା ।