ଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀ ଚେୟାରରେ ବସିବାକୁ ନେଇ ଆତିଶୀ କହିଲେ…..

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ । ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି ।

ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି l ବରଂ ତାଙ୍କର ଚେୟାର ପାଖରେ ଆଉ ଗୋଟିଏ ଚେୟାର ପକାଇ ବସିଥିବା ଦେଖିବାକୁ ମିଳିଛି । ତେବେ ଅତିଶିଙ୍କ ଚେୟାର ଧଳା ରଙ୍ଗର ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚେୟାରର ରଙ୍ଗ ଲାଲ ଥିଲା ।

 ଏହି ଖାଲି ଚୌକି ବିଷୟରେ ଅତିଶୀ କହିଥିଲେ, ଏହି ଚୌକି ଅରବିନ୍ଦ କେଜ୍ରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠରେ ରହିବ। ଏହି ଚୌକି କେଜ୍ରିଓ୍ବାଲଙ୍କ ଅପେକ୍ଷାରେ ବି ରହିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ ପ୍ରଭୁ ରାମଙ୍କ ‘କଠଉ’କୁ ସିଂହାସନରେ ରଖି ଭରତ ଯେପରି କାମ କରିଥିଲେ ସେହିଭଳି ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଚାରିମାସ କାର୍ଯ୍ୟ କରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ‘ଆଶା କରାଯାଉଛି ଯେ ଫେବୃଆରୀରେ ପ୍ରସ୍ତାବିତ ନିର୍ବାଚନରେ ଲୋକମାନେ ଅରବିନ୍ଦ କେଜରିୱାଲଙ୍କୁ ଫେରାଇ ଆଣିବେ, ସେପର୍ଯ୍ୟନ୍ତ ତାଙ୍କ ଚେୟାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିବ। କେଜରିୱାଲ ରାଜନୀତିରେ ସମ୍ମାନ ଏବଂ ନୈତିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି, ଭାଜପା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ କୌଣସି ପଥ ଛାଡି ନାହିଁ ।

ସୂଚନା ଅନୁଯାଇ, ଆତିଶୀ ଶନିବାର ତାଙ୍କ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କେଜରିୱାଲ ସରକାରଙ୍କ ସମୟରେ ସେ ରଖିଥିବା ୧୩ଟି ବିଭାଗକୁ ନିଜ ପାଖରେ ରଖିଛନ୍ତି, ଯେଉଁଥିରେ ଶିକ୍ଷା, ରାଜସ୍ବ, ଅର୍ଥ, ଶକ୍ତି ଏବଂ ଜନ କାର୍ଯ୍ୟ ବିଭାଗ (ପିଡବ୍ଲ୍ୟୁଡି) ଅନ୍ତର୍ଭୁକ୍ତ । ସୌରଭ ଭରଦ୍ୱାଜ ଶନିବାର ଦାୟିତ୍ୱ ଗ୍ରହଣ କରିଥିଲେ ।

ଆତିିଶୀ ପରେ ଭରଦ୍ୱାଜଙ୍କ ନିକଟରେ ସର୍ବାଧିକ ଆଠଟି ବିଭାଗର ଦାୟିତ୍ୱ ରହିଛି । ତେବେ ଏହାକୁ ନେଇ ବିଜେପି ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଖରେ ଆଉ ଏକ ଖାଲି ଚୌକି ରଖାଯିବା ଆଦର୍ଶ ପାଳନ ନୁହେଁ, ବରଂ ଚାମଚାଗିରି ବୋଲି ବିଜେପି କହିଛି ।

Arଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି, ଅତିଶୀ ଏଭଳି କାର୍ଯ୍ୟକରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀର ଗରିମା କ୍ଷୁଣ୍ଣ କରିବା ସହିତ ଦିଲ୍ଲୀବାସୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛନ୍ତି । ଏହା କୌଣସି ପ୍ରକାର ଆଦର୍ଶ ପାଳନ ନୁହେଁ, ସିଧାସଳଖ ଭାବେ ଚାମଚାଗିରି । କେଜ୍ରିଓ୍ବାଲ ଜବାବ ଦିଅନ୍ତୁ କି ସେ ଏହିପରି ଭାବେ ରିମୋଟ୍‌ କଂଟ୍ରୋଲ ଜରିଆରେ ଦିଲ୍ଲୀ ସରକାର ଚଳାଇବେ କି ବୋଲି ବୀରେନ୍ଦ୍ର ପ୍ରଶ୍ନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com