ଜାତୀୟ

ତିରୁପତି ବାଲାଜି ମନ୍ଦିରରେ ଶୁଦ୍ଧିକରଣ ଓ ଶାନ୍ତି ପାଇଁ ହେଲା ହୋମ ଯଜ୍ଞ

ଆନ୍ଧ୍ରପ୍ରଦେଶ: ତିରୁପତିରେ ଭଗବାନ ଭେଙ୍କଟେଶ୍ୱର ମନ୍ଦିରର ସୋମବାର ହୋଇଛି ଶୁଦ୍ଧିକରଣ । ଏହାରି ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି । ଯଜ୍ଞାନୁଷ୍ଠାନ ଓ ଅନ୍ୟାନ୍ୟ ରୀତିନୀତି ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ଶୁଦ୍ଧୀକରଣ ପାଇଁ ‘ଶାନ୍ତି ହୋମ ପଞ୍ଚଗବ୍ୟ ପ୍ରେକ୍ଷଣ’ କରାଯାଇଛି ।

ଏହି ବିଧି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ରୀତିନୀତିରେ ପୂଜା କରାଯିବା ସହ ଭଗବାନ ଭେଙ୍କଟେଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଥିଲା । ଏଥିପାଇଁ ୪ ଘଣ୍ଟାର ଶାନ୍ତି ହୋମମ୍ ପଞ୍ଚଗବ୍ୟ ପ୍ରୋକ୍ଷଣ ଅନୁଷ୍ଠାନ ଚାଲିଲା । ତିରୁମଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି)ର ସୂଭଣା ଅନୁସାରେ, ଏହି ଅନୁଷ୍ଠାନ ସକାଳ ସମୟ ୬ଟା ୧୦ଟା ଯାଏ ଚାଲିଲା ।

ଟିଟିଡି କହିଛି, ଏହାର ଉଦ୍ଦେଶ୍ୟ ତିରୁପତିର ଲଡୁକୁ ତିଆରି କରିବାରେ ପଶୁ ଚର୍ବିର ବ୍ୟବହାର ଭଳି କାର୍ଯ୍ୟରେ ହୋଇ ଥିବା ଅପବିତ୍ରକରଣ ପରେ ମନ୍ଦିରର ଶୁଦ୍ଧିକରଣ କରିବା । ଟିଟିଡିର କାର୍ଯ୍ୟକାରୀ ଅଧିକାରୀ ଜେ.ଶ୍ୟାମଳା ରାଓ କହିଛନ୍ତି – ଏହି ଅନୁଷ୍ଠାନ ମାଧ୍ୟମରେ ଶ୍ରୀଭରି ଭକ୍ତଙ୍କ କଲ୍ୟାଣର କାମନା କରି ନକରାତ୍ମକ ପ୍ରଭାବକୁ ନଷ୍ଟ କରାଯି ।

ଏହାସହ ଲଡୁ ପ୍ରସାଦର ପବିତ୍ରତାକୁ ପୁନଃ ଜାରି କରାଯିବ। ତିରୁମାଲା ତିରୁପତି ଦେବସ୍ଥାନମ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି ।

ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନ୍ଦିରର ମୁଖ୍ୟ ପୂଜାରୀଙ୍କ ମଧ୍ୟରେ ଜଣେ କୃଷ୍ଣ ଶେଷଚଲା ଦୀକ୍ଷିତୁଲୁ ଏହି ଶୁଦ୍ଧିକରଣ ବିଷୟରେ ଅଧିକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି , ଗତ ୪-୫ ଦିନ ହେବ ସାରା ବିଶ୍ୱରେ ଏମିତି ଅନେକ ଖବର ସବୁ ବ୍ୟାପିଲା ଯେ, ବାଲାଜୀଙ୍କର ପ୍ରସାଦରେ ଯେଉଁ ଘିଅର ବ୍ୟବହାର କରାଯାଇଛି , ଏଥିରେ ପଶୁ ଚର୍ବି ମିଶି ଥିଲା। ଏହା ଖୁବ୍‌ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ସରକାର ଏହା ସାବ୍ୟସ୍ତ ମଧ୍ୟ କରିଛନ୍ତି ଯେ, ଲ୍ୟାବ୍‌ ରିପୋର୍ଟସ ଦେଖାଉଛି ଯେ, ଘିଅରେ କିଛି ଅପମିଶ୍ରଣ ଥିଲା ।

ଏଥିପାଇଁ ସରକାରଙ୍କର ପ୍ରସ୍ତାବ ଆସିଛି ଯେ, ମନ୍ଦିରର ସ୍ଥାନକୁ ଶୁଦ୍ଧ କରିବା ପାଇଁ କଣ କରାଯିବ। ଏହା ଉପରେ ଆମେ ପ୍ରବନ୍ଧନ ପାଖକୁ ଯାଇଥିଲୁ ଏବଂ ଶାନ୍ତି ହୋମ କରାଇବାକୁ ଦାବି କରିଥିଲୁ। ଏହାର ଅନୁମୋଦନ ମିଳିବା ପରେ ଆଜି ସକାଳେ ଆମେ ଅନୁଷ୍ଠାନ ଆରମ୍ଭ କଲୁ , ଯାହା ଏବେ ପୂରା ହୋଇ ଯାଇଛି ।

ମନ୍ଦିରର ପୂଜାରୀ କହିଛନ୍ତି କି, ସକାଳ ୬ଟା ପରେ ଆମେ ଭଗବାନ ଭେଙ୍କଟେଶ୍ୱରଙ୍କର ଆଶୀର୍ବାଦ ନେଲୁ ଏବଂ ଅନୁମତି ନେଇ ଗର୍ଭଗୃହକୁ ପ୍ରବେଶ କଲୁ । ଏବେ ସବୁ କିଛି ଶୁଦ୍ଧ ହୋଇ ଯାଇଛି। ସେ କହିଛନ୍ତି , ସବୁ ଭକ୍ତଙ୍କୁ ମୋର ଅନୁରୋଧ କି ଏବେ ତାଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଆପଣ ସମସ୍ତେ ଭଗବାନ ବାଲାଜୀଙ୍କ ଦର୍ଶନ କରନ୍ତୁ ଏବଂ ପ୍ରସାଦ ନେଇ ନିଜ ଘରକୁ ଯାଆନ୍ତୁ । କିଛି ଦିନ ପୂର୍ବେ , ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ ପୂର୍ବବର୍ତ୍ତୀ ୱାଇଏସଆର କଂଗ୍ରେସ ପାର୍ଟି ସରକାର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରକୁ ମଧ୍ୟ ଛାଡିଲେନି। ଲଡୁ ତିଆରି କରିବା ପାଇଁ ଖରାପ ଜିନିଷ ଓ ପଶୁ ଚର୍ବି ବ୍ୟବହାର କଲେ ।

ଏହାର ଦୁଇ ଦିନ ପରେ ଟିଟିଡିର କାର୍ଯ୍ୟକାରୀ ଅଧିକାରୀ ଜେ ଶ୍ୟାମଲା ରାଓ କହିଛନ୍ତି ଯେ , ଲ୍ୟାବ୍‌ର ଯାଞ୍ଚରେ ନମୂନାରେ ପଶୁ ଚର୍ବି ଓ ଘୁଷୂରୀର ଚର୍ବି ଥିବା ଜଣାପଡ଼ିଛି । ବୋର୍ଡ ଅପମିଶ୍ରଣ ଘିଅର ସପ୍ଲାଇ କରୁଥିବା ଠିକାଦାରଙ୍କୁ ବ୍ଲାକ୍‌ ଲିଷ୍ଟେଡ୍‌ କରିବାର ପ୍ରକ୍ରିୟାରେ ଅଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com