ଓଡ଼ିଶାରାଜନୀତି

ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ । କହିଲେ ବିଜେଡି ହାରିବା କାରଣ ।

ଭୁବନେଶ୍ୱର: ୨୪ନିର୍ବାଚନକୁ ବିତିଗଲାଣି ୩ମାସ । ହେଲେ ଏହାର ଫଳାଫଳ ସମସ୍ତଙ୍କୁ କରିଦେଇଛି ଚକିତ । ୨୪ବର୍ଷର ବିଜେଡି ହୋଇଛି ଗାଦିଚୁ୍ୟତ । ଆଉ ପ୍ରଥମ କରି ରାଜ୍ୟର ଲଗାମ ଧରଛି ଭାରତୀୟ ଜନତା ପାର୍ଟି । ଏହାରି ଭିତରେ ବିଜେପି ସରକାରକୁ ପୁରିଲାଣି ୧୦୦ ଦିନ ।

ସେପଟେ କିନ୍ତୁ ହାରିବାର କାରଣ ଖୋଜିବାରେ ଲାଗିଛି ବିଜେଡି । ବିଭିନ୍ନ ଜିଲ୍ଲାର ସାଂଗଠନିକ କର୍ମକର୍ତା ଓ ନେତାଙ୍କୁ ଡାକି ପରାଜୟର କାରଣ ବୁଝିଛନ୍ତି ଦଳର ସୁପ୍ରିମୋ । ଶୀର୍ଷ ନେତୃତ୍ୱ ବି ତନ ତନ କରି ସମୀକ୍ଷା କରିଥିବା କୁହାଯାଉଛି ।

ଏନେଇ ଦଳ ତରଫରୁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି । ଯଦିଓ ଦଳର ଆଭ୍ୟନ୍ତରୀଣ ମାମଲା କହି କିଛି ବରିଷ୍ଠ ନେତା ଏହି କଥାକୁ ଏଡାଇ ଦଉଛନ୍ତି, ତଥାପି ଅନେକ ଏବେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି ।

ପ୍ରଦୀପ ମାଝୀଙ୍କ ପରେ ଏବେ ବିସ୍ଫୋରକ ବୟାନ ଦେଇଛନ୍ତି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର । ନବୀନଙ୍କ ପାଇଁ ଆମେ ହାରିଲୁ ବୋଲି ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ବଦ୍ରି । ସେ କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟବରଣ କରିଛି । ବିଜେଡିର ସବୁ ସ୍ଥାନରେ ଭୋଟ ଅଛି, କିନ୍ତୁ ନବୀନ ବୁଲିଲେନି ।

ନବୀନ ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା । ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଛି । ତେବେ ସାମବାର ମଧ୍ୟ ପରାଜୟର ୩ଟି କାରଣ କହଥିଲେ ପ୍ରଦୀପ ମାଝୀ । ଶଙ୍ଖ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ସେ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ ।

ନିର୍ବାଚନ ପୂର୍ବରୁ ବିଜେଡି- ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ । ଖରାପ ନିର୍ବାଚନ ପରିଚାଳନା ଦଳ ହାରିବାର ମୁଖ୍ୟ କାରଣ ବୋଲି କହିଥିଲେ ପ୍ରଦୀପ । ଯାହାକୁ ନେଇ ରାଜନୀତି ଉଷ୍ମ ହୋଇଥିବା ବେଳେ ଏଥିରେ ଆୁ ଟିକେ ଘିଅ ଢାଳିଛନ୍ତି ବଦ୍ରି ।

Related Articles

Back to top button
WP Twitter Auto Publish Powered By : XYZScripts.com