ଓଡ଼ିଶାରାଜନୀତି

ଓଡ଼ିଶାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା; ସଦସ୍ୟତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ବରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସଦସ୍ୟତା ଅଭିଯାନରେ ସାମିଲ ହେବେ । ଏହାପରେ ବହୁ ପଦାଧିକାରୀଙ୍କ ସହ ଆଲୋଚନା କରିବେ।

ଏଥିସହ ସେ ଓଡ଼ିଶାର ପାର୍ଟି ଅଫିସରେ ବିଜେପିର ମନ୍ତ୍ରୀ, ସାସଂଦ ଓ ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେବାର ସୂଚନା ରହିଛି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ । ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସଦସ୍ୟତା କାର୍ଯ୍ୟକର୍ତ୍ତା ଚୟନର ମୂଳ ଆଧାର। ସଙ୍ଗଠନର ମୂଳ କାର୍ଯ୍ୟକର୍ତ୍ତା । ବିଜେପିର ମୂଳ ଆଧାର ସଙ୍ଗଠନ । ସଙ୍ଗଠନର ଶକ୍ତି ସହ ଆମର ବୈଚାରିକ ସ୍ପଷ୍ଟତା ଓ ଗରିବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କ ବିଶ୍ୱାସଭାଜନ କରିଛି ।

ଦଳର ସାଙ୍ଗଠନିକ ମହାପର୍ବ ‘ସଦସ୍ୟତା ଅଭିଯାନ-୨୦୨୪’ ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି l ଆମ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସିଥିବା କଥା ଯତୀନ କହିଛନ୍ତି ।

ନଡ୍ଡା ଏଜି ଛକ ସ୍ଥିତ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ ।

ଏଥିରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ । ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ନେଇ ଆଲୋଚନା କରିବେ ନଡ୍ଡା ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଙ୍ଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ । ମଧ୍ୟାହ୍ନରେ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ ବୋଲି ଯତୀନ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com