ଓଡ଼ିଶା

ରାସନ ଖାତାରେ ମିଳିବ ଚାଉଳ ସାଙ୍ଗରେ ଗହମ: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏଣିକି ରାସନ ଖାତାରେ ମିଳିବ ଚାଉଳ ସାଙ୍ଗରେ ଗହମ । ଆସନ୍ତାମାସ ଠାରୁ ରାସନକାର୍ଡଧାରୀ ମାନେ ପାଇବେ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଜାରି ହୋଇଛି ।

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ରାସନର ୨୦ ପ୍ରତିଶତ ଗହମ ମିଳିବ । ତେବେ ଗତ ମାସରେ ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ ମନ୍ତବ୍ୟ ରଖିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି ସେ ରଖିଥିଲେ । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ।

ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିବା ଗହମକୁ ବନ୍ଦ କରି ଦେଇଥିଲେ ପୂର୍ବ ସରକାର । ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବି କରାଯିବା ପରେ ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com