ମନୋରଞ୍ଜନ

‘ଧୁମ୍‌‌-୪’ରେ ନଜର ଆସିବେ ନାହିଁ ଏହି ଷ୍ଟାର, କେଉଁ ମାନେ ଜlଣନ୍ତୁ

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରେ ଅନ୍ୟତମ ହେଉଛି ‘ଧୁମ୍‌‌’ । ଏହାର ଧୁମ୍‌‌ ର ୧,୨,୩ର ସଫଳତା ପରେ ଧୁମ୍‌‌-୪କୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି ।

ଏବେ ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଧୁମ୍‌‌-୪ରେ ଏଥର ଖଳନାୟକ ଭାବେ ନଜର ଆସିବେ ରଣବୀର କପୁର । ଏହା ସହିତ ଫିଲ୍ମରୁ ଅଭିଷେକ ବଚ୍ଚନ ଓ ଉଦୟ ଚୋପ୍ରାଙ୍କୁ ବାଦ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ‘ଧୁମ୍‌‌’ ଫିଲ୍ମର ସବୁ ସିରିଜରେ ଉଦୟ ଚୌପ୍ରା ନଜର ଆସିଥିଲେ । ଉଦୟଙ୍କ ଦମଦାର ଅଭିନୟ ଓ କମେଡି କରିବାର ଶୈଳୀକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଏବେ କିନ୍ତୁ ଧୁମ୍‌‌-୪ରୁ ତାଙ୍କୁ ବାଦ ଦିଆଯାଇଛି । ଫିଲ୍ମକୁ ନେଇ ଆଦିତ୍ୟ ଚୋପ୍ରା କହିଛନ୍ତି ଧୁମ୍‌‌ ସିରିଜକୁ ଆଗକୁ ନେବାକୁ ରଣବୀର କପୁର ହିଁ ଉପଯୁକ୍ତ ଷ୍ଟାର । ଫିଲ୍ମର ନିର୍ମାଣ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଫିଲ୍ମର କାହାଣୀ ଶୁଣିବା ପରେ ରଣବୀର ଏଥିପାଇଁ ହିଁ ଭରିଥିବା କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com