ଅନ୍ତର୍ଜାତୀୟଜାତୀୟ

ଏୟାରଷ୍ଟ୍ରାଇକରେ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହ ନିହତ, ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ନୂଆଦିଲ୍ଲୀ: ଥମିବ କ’ଣ ଦିନକୁ ଦିନ ତେଜିବାରେ ଲାଗିଛି ହିଜବୁଲ୍ଲା ଓ ଇସ୍ରାଏଲ କନ୍ଦଳ । ଇସ୍ରାଏଲ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହଙ୍କୁ ନିହତ କରିଛି ବୋଲି ଦାବି କରିଛି । ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଲେବାନନର ରାଜଧାନୀ ବେରୁଟରେ ଏୟାରଷ୍ଟ୍ରାଇକରେ ଗୋଟେ ପରେ ଜୋଟେ ଗୁଳି ବର୍ଷା କରିଚାଲିଥିଲା ଇସ୍ରାଏଲ । ହେଜ୍‌ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା ।

ୟୁଏନଜିସିରେ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା । ନସରଲ୍ଲା ସହିତ ତା’ର ଝିଅ ମଧ୍ୟ ପ୍ରାଣ ହରାଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ ପକ୍ଷରୁ ଶନିବାର ଏହା ସ୍ପଷ୍ଟ କରାଯାଇଛି ।

ନସରଲ୍ଲା ଅନେକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କ ହତ୍ୟାର ଅଭିଯୁକ୍ତ ଥିବା ସାଙ୍ଗକୁ ହଜାର ହଜାର ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଇଛି । ଆଇଡିଏଫ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ କୁହାଯାଇଛି ଯେ, ନସରଲ୍ଲା ଏଣିକି ଦୁନିଆକୁ ଆତଙ୍କିତ କରିପାରିବ ନାହିଁ ।

ଆଇଡିଏଫ ମୁଖପାତ୍ର ଡାନିଏଲ ହାଗୋରି କହିଛନ୍ତି, ଆମେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ମୁଖ୍ୟ ହସନ ନସରଲ୍ଲା ଏବଂ ଦକ୍ଷିଣ କମାଣ୍ଡର ଅଲି କରାକୀଙ୍କ ସମେତ ଅନେକ କମାଣ୍ଡରଙ୍କୁ ନିପାତ କରିଛୁ । ଦକ୍ଷିଣ ବେରୁଟରେ ହେଜବୋଲ୍ଲା ମୁଖ୍ୟାଳୟ ଉପରେ ଶୁକ୍ରବାର କରାଯାଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ଏବଂ ତା’ର ଝିଅ ଜୈନବ ନିହତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com