ଜାତୀୟରାଜନୀତି

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ; ଉଦୟନିଧି ଷ୍ଟାଲିନ ହେଲେ ଉପମୁଖ୍ୟମନ୍ତ୍ରୀ

ଚେନ୍ନାଇ: ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ । ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି । ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି ।

ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ କରାଯାଇଛି । ଉଦୟାୟନିଧି ରବିବାର ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ସରକାର କ୍ଷମତାକୁ ଆସିବାର ତିନି ବର୍ଷ ବିତିଗଲାଣି ।

ତିନି ବର୍ଷ ପରେ କ୍ୟାବିନେଟରେ ବଡ଼ ପରିବର୍ତ୍ତନ କରାଯାଇଛି । ଗତ ତିନିବର୍ଷ ମଧ୍ୟରେ DMK ରେ ଅନେକ ପରିବର୍ତ୍ତନ ହୋଇଛି। ସେଣ୍ଟିଲ ବାଲାଜୀ ମନି ଲର୍ଣ୍ଡିଂରେ ଗିରଫ ହେବା ପରେ ଡିଏମକେ ଉପରେ ଅନେକ ପ୍ରଶ୍ନ ଉଠିଥିଲା । ତାଙ୍କୁ ଏବେ ଜାମିନ ମିଳିଛି।

ବର୍ତ୍ତମାନ ଜାମିନ ମିଳିବା ପରେ ତାଙ୍କୁ ପୁଣି କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି । ଗତ କିଛି ମାସ ଧରି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଏଭଳି ପରିସ୍ଥିତିରେ ଶନିବାର ଦିନ ଏକ ବଡ ପରିବର୍ତ୍ତନ କରାଯାଇଛି ଏବଂ ଉଦୟାନିଧି ଷ୍ଟାଲିନ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । କ୍ରୀଡ଼ା ମନ୍ତ୍ରୀ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁ କ୍ୟାବିନେଟରୁ ତିନିଜଣ କ୍ୟାବିନେଟ ସଦସ୍ୟଙ୍କୁ ହଟାଇ ଦିଆଯାଇଛି । ଚାରି ଜଣଙ୍କୁ ସେମାନଙ୍କ ସ୍ଥାନରେ ମନ୍ତ୍ରୀ କରାଯାଇଛି । ଦୁଇଟି ନୂଆ ଚେହେରାକୁ ସୁଯୋଗ ଦିଆଯାଇଛି ।

କୋଏମ୍ବାଟୁର ଚେହିୟାନ ଏବଂ ରାଜେନ୍ଦ୍ରନଙ୍କ ପରି ନୂଆ ଚେହେରା ମନ୍ତ୍ରୀ କରାଯାଉଛି । ପରିବେଶ ମନ୍ତ୍ରୀ ମେୟାନାଥନଙ୍କୁ କଲ୍ୟାଣ ବିଭାଗକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଜାମିନରେ ଫେରିଥିବା ସେନ୍ଥିଲ ବାଲାଜୀଙ୍କୁ କେଉଁ ବିଭାଗ ଦିଆଯିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ବାଲାଜୀଙ୍କ ବ୍ୟତୀତ ଡକ୍ଟର ଗୋବି ଚେଝିୟାନ, ଆର ରାଜେନ୍ଦ୍ରନ ଏବଂ ଏସଏମ ନାସର ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି ।

ସେନ୍ଥିଲ ବାଲାଜୀ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଶାସନ କାଳରେ AIADMKର କ୍ୟାସ୍‌ ଫର୍‌ ଜବ୍‌ ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ଗତ ୧୫ ମାସ ଧରି ସେ ଜେଲ୍‌ରେ ଥିଲେ । ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅର୍ଥ ହେରଫେର ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନରେ ମୁକ୍ତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com