ଭୁବନେଶ୍ବର: ଯାଜପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ନବୀନଙ୍କୁ ସିଧା ଟାର୍ଗେଟ କରିଥିଲେ l ଯାହାକୁ ନେଇ ବରିଷ୍ଟ ବିଜେଡି ନେତା ପ୍ରଫୁଲ ଘଡେଇ ମୁହଁ ଖୋଲିଛନ୍ତି l
ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନବୀନ ବାବୁଙ୍କ ସମୟରେ ହିଁ ଯାଜପୁରର ଅନେକ ବିକାଶ ହୋଇଛି । ସବୁ ଯେ ବିକାଶ ହୋଇଛି, ତାହା ନୁହେଁ; କିଛି କାମ ବାକି ଅଛି । କିନ୍ତୁ ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି । ତେଣୁ ଯାହା ମଧ୍ୟ ବାକି ଅଛି, ବିଜେପି ପାଖରେ ସୁଯୋଗ ଅଛି, କାମକୁ ଆଗେଇ ନେଇପାରିବେ ।
କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ସେ ଗ୍ରହଣ କରିପାରୁନାହାନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡାଇ । ତେବେ କହିରଖୁଚୁ, ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ବିକାଶ ନାଁରେ ଯାଜପୁରର ବିନାଶ କରିଛି ।
ବିକାଶ ନାଁରେ ବିନାଶ କରିଛି ବିଜେଡି। ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚା ରହିଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା ।
ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ । ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ଏବେ ଆହୁରି ସମୟ ମାଗୁଛନ୍ତି। ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ପରେ ଚାରାରୋପଣ କରାଯିବ। ଶେଷରେ ଜଣେ ଆଦିବାସୀଙ୍କ ଘରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନଭୋଜନ କରିବେ ବୋଲି ସୂଚନା ମିଳିଛି । ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି । ଏଥିସହ କାର୍ଯ୍ୟକ୍ରମରେ ଜିଲାର ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଯୋଗଦେଇଛନ୍ତି ।