ଓଡ଼ିଶା

ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ; ଆସିଲା ପ୍ରଥମ ଗଣନା ରିପୋର୍ଟ,

ଭୁବନେଶ୍ଵର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ । ଓଡିଶାରେ ମୋଟ୍ ୬୯୬ଟି କଲରାପତରିଆ ବାଘ ରହିଥିବା ସୂଚନା ମିଳିଛି । ଟ୍ରାପ କ୍ୟାମେରା ଦ୍ଵାରା ବାଘ ଗଣନା ହୋଇଛି ।

ଏନଟିସିଏ ରିପୋର୍ଟ ଅନୁସାରେ ୨୦୨୨ରେ ୫୬୮ କଲରାପତରିଆ ବାଘ ଥିବାବେଳେ ୨୦୨୪ରେ ସଂଖ୍ୟା ଥିଲା ୨୮୪ । ସେହିପରି ୨୦୨୮ରେ ମୋଟ୍ ୭୬୦ କଲରାପତରିଆ ବାଘ ଚିହ୍ନଟ ହୋଇଥିଲେ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ ।

ରିପୋର୍ଟ କହୁଛି, ଗତ ୧୦ ବର୍ଷ ମଧ୍ୟରେ ୭ ଟି ରୟାଲ ବେଙ୍ଗଲ ଟାଇଗର ସମେତ ଓଡିଶା ୫୫ ଟି ବାଘ ହରାଇଛନ୍ତି । ବିଧାନସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଗୃହକୁ ଏହି ସୂଚନା ଦେଇଥିଲେ ।

ତେବେ ସବୁଠୁ ସାଙ୍ଘାତିକ ଘଟଣା ହେଉଛି ୨୩ ଟି ବାଘଙ୍କୁ କେବଳ ଶିକାରୀ ହତ୍ୟା କରିଛନ୍ତି । ୪ ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ବେଳେ ୨ ଟ୍ରେନ୍ ଦୁର୍ଘଟଣାରେ, ୩ ଟି ସଡକ ଦୁର୍ଘଟଣାରେ, ୬ ଟି ପାଣିରେ ବୁଡି ଏବଂ ପରସ୍ପର ମଧ୍ୟରେ ଲଢେଇ ଲାଗି ମୃତ୍ୟୁ ମୁଖରେ ପଡ଼ିଥିଲେ।

ସେହିଭଳି ୫ ଟି ରୋଗରେ ଆକ୍ରାନ୍ତ ହୋଇ, ୫ ଟି ବୃଦ୍ଧାବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଅଜଣା କାରଣରୁ ୭ଟି ମୃତ୍ୟୁବରଣ କରିଥିବା ସେ ସ୍ପଷ୍ଟ କରିଥିଲେ । ଏହି ସମୟ ମଧ୍ୟରେ ସମୁଦାୟ ୭ ଟି ରୟାଲ ବେଙ୍ଗଲ ଟାଇଗରଙ୍କର ମୃତ୍ୟୁ ଘଟିଥିଲା, ସେଥିମଧ୍ୟରୁ ଗୋଟିଏ ବାଲାଙ୍ଗୀର ଜଙ୍ଗଲ ବିଭାଗରେ (୨୦୧୬-୧୭), ଗୋଟିଏ ଶିମିଳିପାଳ ଦକ୍ଷିଣ ବିଭାଗରେ (୨୦୧୭-୧୮), ଗୋଟିଏ ବରଗଡ ଜଙ୍ଗଲ ବିଭାଗରେ (୨୦୧୮-୧୯), ଗୋଟିଏ ସାତକୋଶିଆରେ (୨୦୧୮-୧୯), ୨୦୨୨-୨୩ ରେ ଏବଂ ୨୦୨୩-୨୪ ରେ ଶିମିଳିପାଳ ଦକ୍ଷିଣ ଅଂଚଳରେ ଦୁଇଟି ମୃତ୍ୟୁବରଣ କରିଥିଲେ ।

୨୦୦୦ରେ ଓଡ଼ିଶାରେ ବାଘ ଜନଗଣନା କରାଯାଇ ନଥିଲା । ୨୦୦୨ ରେ କରାଯାଇଥିବା ଜନଗଣନା ଅନୁଯାୟୀ ପଗମାର୍କ ପ୍ରଣାଳୀ ଦ୍ୱାରା ୧୭୩ ଟି ରୟାଲ ବେଙ୍ଗଲ ଟାଇଗର ଓଡ଼ିଶାରେ ଥିବା ଜଣାପଡିଥିଲା । ୨୦୦୬ରେ ପ୍ରଥମ ଥର ପାଇଁ କ୍ୟାମେରା ଟ୍ରାପିଂ ପଦ୍ଧତି ବ୍ୟବହାର କରି ଦେଶବ୍ୟାପୀ ବାଘ ଜନଗଣନା କରାଯାଇଥିଲା । ଜନଗଣନା ଅନୁଯାୟୀ, ଓଡିଶାରେ ସେତେବେଳେ ୪୫ ଟି ରୟାଲ ବେଙ୍ଗଲ ବାଘ ଥିଲେ।

୨୦୨୪ରେ କରାଯାଇଥିବା ରାଜ୍ୟ ସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା । ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ।ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି ।

ତେବେ ନ୍ୟାସନାଲ ଟାଇଗଲ କନଜରଭେସନ ଅଥୋରିଟି (ଏନଟିସିଏ ) ପକ୍ଷରୁ ଫେବ୍ରୁଆରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ୫୬୮ କଲରାପତରିଆ ବାଘ ଥିଲେ । ୨୦୧୮ରେ ଏହି ସଂଖ୍ୟା ୭୬୦ ଥିଲା । ବାଘ ସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟ ପାଇଁ ନିଜସ୍ଵ କଲରାପତରିଆ ଗଣନା ପାଇଁ ନିଷ୍ପତ୍ତି ନେଇଥିଲା ବନ ବିଭାଗ ।

ଆଉ ଏଥିପାଇଁ ବନ ବିଭାଗ ୨୮୪ ଟି ଫଟୋ କ୍ୟାପଚର କରି ହିସାବ କରିଛନ୍ତି । ସ୍ଵତନ୍ତ୍ର ଭାବେ କ୍ୟାମେରା ଟ୍ରାପ ବାଘ ଗଣନା ପାଇଁ ଜଙ୍ଗଲରେ ଲଗାଯାଇଥିଲା । ଫଟୋ କ୍ୟାପଚର,ପାଦ ଚିହ୍ନ ଏସବୁକୁ ଦେଖିକି ବାଘ ସଂଖ୍ୟା ହିସାବ କରାଯାଇଛି ।

ତେବେ ଏହାର ସଂଖ୍ୟା ୨୫.୨୬ ପ୍ରତିଶତ କମିଯାଇଥିଲା । ରାଜ୍ୟରେ ମୁଖ୍ୟତଃ ରାୟଗଡା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ । ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ବହୁ ସଂଖ୍ୟାର କଲରାପତରିଆଙ୍କୁ ସୁହାଇଲା ଭଳି ପରିବେଶ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com