କ୍ରୀଡ଼ାଜାତୀୟମନୋରଞ୍ଜନ

ସ୍ୱାମୀ-ସ୍ତ୍ରୀଙ୍କ ଖେଳ, ଅନୁଷ୍କାଙ୍କ ନିୟମରେ ଆଶ୍ଚର୍ଯ୍ୟ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି । ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି । ଯାହାଙ୍କ ବ୍ୟାଟ୍ ଉଠିଲେ ହୋଇଥାଏ ରନ୍ ବର୍ଷା । କିନ୍ତୁ ପଡିଆ ଛଡା ବିଭିନ୍ନ ବିଜ୍ଞାପନ ପାଇଁ ମଧ୍ୟ ସେ ବ୍ୟାଟ୍ ଉଠାଇ ସର୍ଟ ଖେଳିଥାନ୍ତି ।

କିନ୍ତୁ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା କେବେ ଦେଖିଛନ୍ତି କି ? ଦେଖନ୍ତୁ ଏହି ଭିଡିଓକୁ । ଯେଉଁଥିରେ କୋହଲି ଏବଂ ଅନୁଷ୍କା ଗଳି କ୍ରିକେଟ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ।

ପିଚ୍ କହିଲେ ରାସ୍ତା କଡ, ଷ୍ଟମ୍ପ କହିଲେ ଟିଣ ଡବା । ଖେଳିବା ଆରମ୍ଭ ପୂର୍ବରୁ ଅନୁଷ୍କା ଏକ କାଗଜରେ ଖେଳର ନିୟମ ଲେଖି କହୁଛନ୍ତି କୋହଲିଙ୍କୁ । କିଛି ନିୟମକୁ ବିରାଟ ସ୍ୱୀକାର କରିବା ସହ ଆଉ କିଛି ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ନିୟମ ଅନୁୟାୟୀ ଯଦି ଲଗାତାର ୩ଟି ବଲ ବ୍ୟାଟରେ ନବାଜେ କିମ୍ବା ଦେହରେ ବାଜେ ତେବେ କୋହଲି ଆଉଟ୍ ହେବେ । ସେହିପରି ମୁହଁକୁ ଚାହିଁ ଏକ୍ସପ୍ରେସନ ଦେଲେ କିମ୍ବା ଜୋର ବାଡେଇଲେ ମଧ୍ୟ ଆଉଟ୍ ହେବାକୁ ପଡିବ ।

ଆଉ ଅଧିକ କିଛି ନଶୁଣି ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଥିବା କୋହଲିଙ୍କୁ ପୁଣି ନିୟମ କହୁଛନ୍ତି ଅନୁଷ୍କା । ଯାହାର ବ୍ୟାଟ୍ ପ୍ରଥମେ ସେ ହିଁ ବ୍ୟାଟିଂ କରିବ ।
ତେବେ ଅନୁଷ୍କାଙ୍କ ନିୟମ ଅନୁସାରେ ପ୍ରଥମେ ସେ ବ୍ୟାଟିଂ ପାଇଁ ଠିଆ ହେଉଛନ୍ତି ।

ପ୍ରଥମ ବଲରେ ଆଉଟ ହୋଇଥିବା ଅନୁଷ୍କା ଅନ୍ୟ ଏକ ରୁଲ୍ ନିୟମ ଦେଖେଇ ଏହି ବଲକୁ ଟ୍ରାଏଲ କହି ଆଉଥରେ ବ୍ୟାଟିଂ କରୁଛନ୍ତି । ଦେଖନ୍ତୁ କେମିତି ଖେଳୁଛନ୍ତି କୋହଲି-ଅନୁଷ୍କା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com