ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥାତ ଗତକାଲି ଶେଷ ହୋଇଛି ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ । ଶେଷ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିଥିଲେ ଭୋଟର । ହେଲେ ବୁଧବାର ଘଟିଯାଇଛି ବଡ ଅଘଟଣ । ତେବେ ଭୋଟ ସରିବା ପରେ ଆଜି ଟଳି ପଡିଛନ୍ତି ବିଜେପି ପ୍ରାର୍ଥୀ ।
ଜମ୍ମୁକଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ପାହାଡୀ ନେତା ସୈୟଦ ମୁସ୍ତାକ ବୁଖାରୀଙ୍କ ଦେହାନ୍ତ ହୋଇଛି । ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଞ୍ଚ ଜିଲ୍ଲାର ସୁରନକୋଟରୁ ବିଜେପିର ପ୍ରାର୍ଥୀ ଥିଲେ ବୁଖାରୀ । ଫେବ୍ରୁଆରୀ ମାସରେ ବୁଖାରୀ ବିଜେପିରେ ଯୋଗ ଦେଇଥିଲେ ।
ଏହାପୂର୍ବରୁ ସୁରନକୋଟରୁ ଦୁଇଥର ବିଧାୟକ ହୋଇଛନ୍ତି ସୈୟଦ ମୁସ୍ତାକ ବୁଖାରୀ । ସେତେବେଳେ ସେ ନ୍ୟାସନାଲ କନ୍ଫରେନ୍ସ ପାର୍ଟିରେ ଥିଲେ । ଏମିତିକି ଦଳର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କ ଅତି ନିକଟତର ରହିଥିଲେ ।
ହେଲେ ପାହାଡୀ ସମ୍ପ୍ରଦାୟକୁ ଝଞ ମାନ୍ୟତା ଦେବାକୁ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ସହ ମତଭେଦ ହେତୁ ଫେବ୍ରୁଆରୀ ୨୦୨୨ରେ ଦଳ ସହିତ ଚାରି ଦଶନ୍ଧି ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ ବୁଖାରୀ । ତେବେ ଏହି ବିଜେପି ପ୍ରାର୍ଥୀଙ୍କ ଆକସ୍ମିତ ମୃତ୍ୟୁକୁ ନେଇ ସମସ୍ତେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।