ଭୁବନେଶ୍ବର ନୂଆ ଡିସିପି ଦାୟିତ୍ବ ଗ୍ରହଣ କଲେ; ପିନାକ ମିଶ୍ର
ବନେଶ୍ୱର: ଭୁବନେଶ୍ବର ନୂଆ ଡିସିପି ଦାୟିତ୍ବ ନେଲେ ପିନାକ ମିଶ୍ର । ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର ।
ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି । ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ୨୫ ଜଣ ଆଇପିଏସ୍ ଅଫିସରଙ୍କୁ ଅବଦଳବଦଳ କରିଥିଲେ l ଭୁବନେଶ୍ୱରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା l
ସେପଟେ ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା । ୨୦୧୧ ବ୍ୟାଚ୍ରେ ଏହି ଆଇପିଏସ୍ ଅଫିସର ପିନାକ ମିଶ୍ର ବ୍ରହ୍ମପୁରରେ ଥିବା ବେଳେ ଏକାଧିକ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିଲେ । ଏହାପରେ କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରିବା ପରେ ପୁରୀ ଏସ୍ପି ଭାବେ ବଦଳି ହୋଇଥିଲା ।
ଅନ୍ୟପଟେ ଚଳିତ ବର୍ଷ ଜାନୁଆରୀରେ ସେ ପୁରୀ ଏସପି ଭାବେ କାର୍ଯ୍ୟ କରିବା ପରେ ଏବେ ଡିସିପି ଭୁବନେଶ୍ୱର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ପରେ ଡିସିପି ଭୁବନେଶ୍ୱରରେ ପୋଲିସିଂ ବ୍ୟବସ୍ଥାକୁ ସୁଧାର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
DCPସେପଟେ ଆଗକୁ ଦଶହରା ଥିବାବେଳେ ସହରର ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଉପରେ ଅଧିକ ଫୋକସ ରହିବ ବୋଲି କହିଛନ୍ତି ଡିସିପି ।