ଓଡ଼ିଶା

ହବିଷ୍ୟାଳୀମାନେ ୬ ତାରିଖରୁ ଆବେଦନ କରିପାରିବେ: ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ପୁରୀ: ଆଗକୁ କାର୍ତ୍ତିକ ମାସ । ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ । ଏନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା । ପ୍ରତିବର୍ଷ ଏନେଇ ହବିଶ୍ୟାଳୀମାନେ ଆବେଦନ କରିଥାଆନ୍ତି । ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ କରିଥାନ୍ତି ।

ତେବେ ଚଳିତ ବର୍ଷ ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହୋଇଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ପାଇବେ। କେବଳ ଅନଲାଇନ ମାଧ୍ୟମରେ ଏହି ଆବେଦନ ଗ୍ରହଣ କରାଯିବ ।

ଆସ୍ତନ୍ତା ୬ରୁ ୧୧ ଯାଏଁ http://edistrict.odisha.gov.inରେ ଇଛୁକ ହବିଷ୍ୟାଳୀମାନେ ଆବେଦନ କରିପାରିବେ । ତେବେ ଏଥର ପାଖାପାଖି ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Related Articles

Back to top button
WP Twitter Auto Publish Powered By : XYZScripts.com