ଓଡ଼ିଶାରାଜନୀତି

ଓଡିଶାରେ ସାରକାରକୁ ୪ ଜଣଙ୍କ ହାତରେ ଚାଲୁଛି: ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର: ଓଡିଶା ସାରକାରକୁ ୪ ଜଣଙ୍କ ହାତରେ ଚାଲୁଛି । ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।

ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ନାଁ ନ ନେଇ ପ୍ରସନ୍ନ ମାରିଛନ୍ତି ତେର୍ଚ୍ଛାବାଣ । ଦିଲ୍ଲୀରେ ଜଣେ, ଆଉ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ନେତା ଓଡିଶାରେ ସରକାର ଚଳାଉଛନ୍ତି ।

ଏମିତି କିଛି ବିବାଦୀୟ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁର ରେଢାଖୋଲରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସନ୍ନ କହିଛନ୍ତି, ଦିଲ୍ଲୀରେ ଜଣେ ଆଉ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣ ନେତା ସରକାର ଚଲାଉଛନ୍ତି ।

ଏହି ଦୁଇ ଜଣ ନେତା ସେମାନଙ୍କ ବନ୍ଧୁ ତେଣୁ ସେମାନଙ୍କ ନାଁ ନେଇ ହେବନାହିଁ ବୋଲି କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଖାଲି ସେତିକି ନୁହେଁ ଏହି ୪ ଜଣଙ୍କ ପାଖରୁ କାଳେ ଅର୍ଡର ଆସିଲେ ହିଁ ଓଡିଶାରେ ସରକାରରେ କାମ ହୁଏ ବୋଲି ସେ ଦାବି କରିଛନ୍ତି ।

ତେଣୁ ରାଜ୍ୟ ସରକାରରେ ବହୁତ ଫାଇଲ୍ ୩ ମାସ ଯାଏଁ ପଡ଼ି ରହୁଛି ବୋଲି କହି ସଙ୍ଗୀନ ଅଭିଯୋଗ କରିଛନ୍ତି ପ୍ରସନ୍ନ । ତେବେ ଏନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com