ଜାତୀୟରାଜନୀତି

ଷ୍ଟେଜ ଉପରେ ମହିଳା ନେତାଙ୍କୁ ନିଜ ଦଳରେ ଅସଦାଚରଣ । ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ବିଚଳିତ । କଂଗ୍ରେସର ଏକ ରାଲିରେ ଜଣେ ଦଳୀୟ ମହିଳା କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର ।

ଷ୍ଟେଜ ଉପରେ ହୋଇଥିବା ଭିଡ଼ର ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଛି । ଅବଶ୍ୟ ମହିଳା କର୍ମୀଙ୍କ ପାଖରେ ଛିଡ଼ା ହୋଇଥିବା ଆଉ ଜଣେ ନେତା ଅଭିଯୁକ୍ତଙ୍କ ହାତକୁ ଠେଲି ଦେଇଥିଲେ ।

କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହରିୟାଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଗୋଟିଏ କାର୍ୟ୍ୟକ୍ରମରେ ଏପରି ଘଟଣା ସର୍ବସମ୍ମୁଖରେ ଘଟିଛି । ବିଜେପି ଘଟଣା ବେଳର ଭିଡିଓକୁ ଜାରି କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳା କଂଗ୍ରେସ କର୍ମୀ ଜଣଙ୍କ ଜଣେ ଚାଷୀ ନେତା । ତାଙ୍କୁ ଅସଦାଚରଣ କରାଯାଇଥିଲେ ହେଁ ସେ ହଠାତ୍‌ ଏ ସମ୍ପର୍କରେ ଭିଡ଼ ଯୋଗୁ ଜାଣି ପାରିନଥିଲେ ।

ଘଟଣା ବେଳେ ଷ୍ଟେଜ ଉପରେ ଲୋକସଭା ସାଂସଦ ଦୀପେନ୍ଦର ହୁଡା ଓ ଆଉ କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ସେପଟଟେ କଂଗ୍ରେସର ହରିୟାଣା ମୁଖ୍ୟ କୁମାରୀ ସେଲଜା ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତ ପାର୍ଟି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି, “ମୁଁ ମହିଳା କର୍ମୀଙ୍କ ସହ କଥା ହୋଇଛି। ଏହି ଘଟଣାକୁ ମୁଁ ନିଶ୍ଚିତ କରିଛି । ଭିଡିଓରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ। ତେଣୁ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କହିଛନ୍ତି ସେଲେଜା ।”

Related Articles

Back to top button
WP Twitter Auto Publish Powered By : XYZScripts.com