ଓଡ଼ିଶା

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି; ଜିଏ ପକ୍ଷରୁ ସୂଚନା

ଭୁବନେଶ୍ୱର: ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଶୁଣାଣି କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଆଉ ସମାଧାନ ମଧ୍ୟ କରୁଛନ୍ତି । ତେବେ ଜନଶୁଣାଣି ନେଇ ଏକ ବଡ଼ ଖବର ସାମନାକୁ ଆସିଛି ।

ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ୨ ଦିନ ବନ୍ଦ ରହିବ । ଆସନ୍ତା ଅକ୍ଟୋବର ୭ ଓ ୧୪ ତାରିଖ ଦିନ ଜନଶୁଣାଣି ବନ୍ଦ ରହିବ । ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ କାର୍ଯ୍ୟ ଥିବାରୁ ଜନଶୁଣାଣି ବନ୍ଦ ରହିବ ।

ସେହିପରି ୧୪ ତାରିଖ ଦିନ ଦୁର୍ଗାପୂଜା ଭସାଣି ଥିବାରୁ ଜନଶୁଣାଣି ବନ୍ଦ ରହିବ । ଏନେଇ ଜିଏ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com