ଓଡ଼ିଶା

ଓଏସ୍‌ଏସ୍‌ଏସ୍‌ସି ପରିଚାଳିତ ପରୀକ୍ଷାରେ ତ୍ରୁଟି! ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ,

ଭୁବନେଶ୍ୱର: ଓଏସ୍‌ଏସ୍‌ଏସ୍‌ସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ । ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ନେଇ ଆସିଛି ଅଭିଯୋଗ l

ଆଉ ଏହି ପରୀକ୍ଷାରେ ତ୍ରୁଟି ଅଭଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଚାକିରି ଆଶାୟୀମାନେ ପରୀକ୍ଷା ବାତିଲ ଓ କାର୍ୟ୍ୟାନୁଷ୍ଠାନ ଦାବି କରି ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ ନିଷ୍ପତ୍ତି ବିଳମ୍ବିତ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।

ଏପରିସ୍ଥିତିରେ ପରୀକ୍ଷା ଅନିୟମିତା ଅଭିଯୋଗ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ରାଜସ୍ବ ବିଭାଗକୁ ପରୀକ୍ଷାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିବା ସହ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ପରୀକ୍ଷା ସବୁବେଳେ ତ୍ରୁଟିଶୂନ୍ୟ ହେବା କଥା । ଉଚିତ ସ୍ଥାନରେ ପରୀକ୍ଷା ହେଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି ।

ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି । ଆର୍‌ଆଇ ଓ ଅମିନ ପରୀକ୍ଷା ରାଜସ୍ବ ବିଭାଗ କରେନାହିଁ । ଏହି ପରୀକ୍ଷା ଓଏସ୍‌ଏସ୍‌ଏସି ଦ୍ବାରା ପରିଚାଳିତ ହୋଇଥାଏ । ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାଫ୍‌ସିଲେକ୍ସନ ବୋର୍ଡ ଆଉଟ୍‌ସୋର୍ସିଂ କରିଥିବା ଖବର ଆସୁଛି । ସେହି କମ୍ପାନିର କ୍ରେଡିବିଲିଟିକୁ ନେଇ ବି ପ୍ରଶ୍ନ ଉଠିଛି । ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି । ଯେଉଁ ଅଭିଯୋଗ ହସ୍ତଗତ ହୋଇଛି l ମୋତେ ଲାଗୁଛି, ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହେଁ । ସରକାର ଏ ଦିଗରେ ଅନୁଧ୍ୟାନ କରିବେ ଏବଂ ବ୍ଲାକ୍‌ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି, ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ, ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ । ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com