ଓଡ଼ିଶାରାଜନୀତି

ପୁରୀ ରାଜଭବନ ଘଟଣାରେ, ପୁଣି ରାଜଭବନ ଆଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ,

ଭୁବନେଶ୍ବର: ରାଜଭବନ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟପାଳ ପୁଅଙ୍କୁ ଗିରଫ କରାଯାଉଛି ସେନେଇ ପ୍ରଶ୍ନ କରିଛି କଂଗ୍ରେସ ।

ସେପଟେ ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବ ଏବଂ ଛାତ୍ର କଂଗ୍ରେସ ରାଜଭବନ ଘେରାଉ ପାଇଁ ବ୍ୟାରିକେଡ ଉପରେ ଚଢି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ମଧ୍ୟରେ ପୋଲିସ୍ କର୍ମୀ ଓ କଂଗ୍ରେସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୁବନେଶ୍ବର ପାୱାର ହାଉସ୍‌ ଛକରୁ ପୋଲିସ୍ କିଛି କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ।

ତେବେ ସୂଚନା ମୁତାବକ, ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା । ଜୁଲାଇ ୭ ତାରିଖ ରାତିରେ ସେ ରାଜଭବନରେ ଥିବା ତାଙ୍କ କାର୍ଯ୍ୟାଳୟରେ ଥିଲେ । ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ରେ ୪ ନମ୍ବର ସୁଟକୁ ଡାକିଥିଲେ ।

ବୈକୁଣ୍ଠ ପ୍ରଧାନ ତାଙ୍କ ପାଖକୁ ଯିବା ମାତ୍ରେ ଲଳିତ ଓ ସେଠାରେ ଉପସ୍ଥିତ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ କରିଥିଲେ ବୈକୁଣ୍ଠ । ଏହାକୁ ନେଇ ସେତେବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା । ତେବେ କଂଗ୍ରେସର ଏହି ଆନ୍ଦୋଳନ ରାଜ୍ୟ ସରକାରଙ୍କ ଉପରେ କେତେ ପ୍ରଭାବ ପକାଇବ l ଆଉ ଘଟଣାର ପ୍ରକୃତ ତଦନ୍ତ କେବେ ଆରମ୍ଭ ହେବ ସେହି ସମୟକୁ ଅପେକ୍ଷା l

Related Articles

Back to top button
WP Twitter Auto Publish Powered By : XYZScripts.com