ଜାତୀୟରାଜନୀତି

ଜେଏମଏମ ପାଇଁ ଭୋଟ ମାଗିବ ବିଜେଡି! ଫୋକସ୍ ରେ ଓଡିଆ ଭୋଟ-ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଆଗକୁ ଆସୁଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ । ଏନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ଜମିଲାଣି ପ୍ରଚାର । ମଇଦାନକୁ ଓହ୍ଲାଇଲେଣି ନେତା । ଆଉ କ୍ଷମତା ଦଖଲ ପାଇଁ ଉଭୟ ଶାସକ ଜେଏମଏମ ଓ ବିରୋଧୀ ବିଜେପି ଚଳାଇଛି ଜୋରଦାର ପ୍ରୟାସ । ଏହାରି ଭିତରେ ମୁଖ୍ୟତ ପୋକସରେ ରହିଛି ଓଡିଆ ଭୋଟ । ଅର୍ଥାତ ଝାଡଖଣ୍ଡର ଓଡିଆ ଭୋଟରଙ୍କ ରହିଛି ପ୍ରମୁଖ ଭୂମିକା ।

ତଥ୍ୟ ଅନୁସାରେ ଝାଡଖଣ୍ଡରେ ପ୍ରାୟ ୧୮ ପ୍ରତିଶତ ଓଡ଼ିଆ ଭାଷାଭାଷୀ ଭୋଟର ରହୁଛନ୍ତି । ଝାଡଖଣ୍ଡର ୧୦ଟି ଜିଲ୍ଲାରେ ଏମାନଙ୍କର ପ୍ରଭାବ ରହିଛି । ତେଣୁ ବିଜେପି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ଚଳାଇଛି । ଜେଏମଏମ କୁ କ୍ଷମତାରୁ ହଟାଇ ଶାସନକୁ ଫେରିବାକୁ ଉଦ୍ୟମ କରୁଛି । ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଓଡିଆ ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ।

ଓଡିଆରେ ଭାଷଣ ଦେଇ ଲୋକଙ୍କ ମନ ଜିତିବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ବିଜେପିକୁ ମାତ ଦେବା ପାଇଁ ଏକ ଭିତିରି ରଣନୀତି କରୁଥିବା ଜଣାପଡିଛି । ଓଡିଶାରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିଥିବା ବିଜେଡି, ବିଜେପିକୁ କାଉଣ୍ଟର କରିବା ପାଇଁ ଜେଏମଏମକୁ ସହଯୋଗ କରିବାକୁ ଯୋଜନା କରୁଥିବା କୁହାଯାଉଛି । ହେମନ୍ତଙ୍କ ହାତ ଧରି ମଇଦାନକୁ ଓହ୍ଲାଇପାରନ୍ତି ନବୀନ । ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ଆଉ ଏହା ଯଦି ସତ ହୁଏ ତାହେଲେ, ଝାଡଖଣ୍ଡରେ ଦେଖିବାକୁ ମିଳିବ ଏକ ରୋଚକ ଲଢ଼େଇ।

Related Articles

Back to top button
WP Twitter Auto Publish Powered By : XYZScripts.com