ଅନ୍ତର୍ଜାତୀୟଜାତୀୟ

ସାହିତ୍ୟରେ ହାନ କାଙ୍ଗଙ୍କୁ ନୋବେଲ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ସାହିତ୍ୟ କ୍ଷେତ୍ରରେ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କର ଗଭୀର କବିତା ଗଦ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଗଦ୍ୟ ଐତିହାସିକ ଆଘାତ ଏବଂ ମାନବ ଜୀବନର ଦୁର୍ବଳତା ଉପରେ ଆଲୋକପାତ କରିଥାଏ । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ତାଙ୍କ ଗଦ୍ୟ ମାନବ ଜୀବନର ଐତିହାସିକ ଆଘାତ ଏବଂ ଜଟିଳତାକୁ ଉଜାଗର କରିଥାଏ। ନୋବେଲ୍ ପ୍ରାଇଜର ନିୟମ ଅନୁସାରେ, ଅକ୍ଟୋବର ୭ରୁ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ମେଡିସିନ, ଫିଜିକ୍ସ ଏବଂ କେମିଷ୍ଟ୍ରୀ ପାଇଁ ବିଜେତାଙ୍କ ନାମ ଘୋଷଣା ସରିଛି । ଆଜି ସାହିତ୍ୟ ପାଇଁ ହାନ୍ କାଙ୍ଗଙ୍କୁ ବିବେଚିତ କରାଯାଇଛି । ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର (ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି)ରେ ଉତ୍କୃଷ୍ଠତା ପାଇଁ ଏହି ପୁରସ୍କାର ଦିଆଯାଏ । ସ୍ୱିଡେନର ରସାୟନବିତ୍, ବୈଜ୍ଞାନିକ, ବ୍ୟବସାୟୀ ଏବଂ ସର୍ବୋପରି ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା ।

ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି । ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ଅବସରରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଏ । ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Related Articles

Back to top button
WP Twitter Auto Publish Powered By : XYZScripts.com