Uncategorizedଓଡ଼ିଶା

ବିଭିନ୍ନ ପୂଜା ମଣ୍ଡପରେ ନବୀନ; ମାଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

ଭୁବନେଶ୍ୱର: ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜାରେ ଦର୍ଶନ କରିବା ଲାଗି ପ୍ରଥମେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ ବୁଲି ମାଙ୍କ ଆଶିଷ ଭିକ୍ଷା କରିଥିଲେ ନବୀନ ପଟ୍ଟନାୟକ ।

କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଦିନ ୧୧ଟା ବେଳେ ସହିଦନଗର ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ ନବୀନ । ସେଠାରେ ମଧ୍ୟ ପୂଜା କମିଟି ପକ୍ଷରୁ ନବୀନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇଥିଲେ ସାଧାରଣ ଜନତା । ଏହାପରେ ୧୧ଟା ୨୫ମିନିଟ ପାଖାପାଖି ନବୀନ ବରଗଡ଼ ପୂଜା ମଣ୍ଡପ ବୁଲି ଜଗତକଲ୍ୟାଣ ପାଇଁ ମା’ଙ୍କୁ ପ୍ରାର୍ଥନା କରିଥିଲେ ।

ନବୀନଙ୍କୁ ଟୁଇନ ସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ଏହାକୁ ଗ୍ରହଣ କରି ପୂଜା ପେଣ୍ଡାଲ ବୁଲିବାକୁ କହିଥିଲେ ନବୀନ। ଏହାପରେ ନବୀନ ସହିଦନଗର ପୂଜା ମଣ୍ଡପ ବୁଲି ଦେଖିଛନ୍ତି। ସେଠାରେ ସେ ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବେ। ପରବର୍ତ୍ତୀ ଦିନମାନଙ୍କରେ ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ମନ୍ତ୍ରୀମାନେ ମଧ୍ୟ ଏଥର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଲୋକଙ୍କ ସହ କିଛି କଥାବାର୍ତ୍ତା ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com