ଜାତୀୟରାଜନୀତି

ଅକ୍ଟୋବର ୧୫ରେ ହରିୟାଣା ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନି!

ନୂଆଦିଲ୍ଲୀ: ଅକ୍ଟୋବର ୧୫ରେ ହରିୟାଣାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଆଉ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନାୟବ ସିଂ ସୈନି । ସେ ହରିୟାଣାର ଦ୍ବାଦଶ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ବହୁମତ ସହ ବିଜୟୀ ଘୋଷିତ ହୋଇଥିଲା ।

ଏହା ପରେ ବିଧାୟକଦଳ ବୈଠକରେ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତାଙ୍କ ସହ ୧୦ ରୁ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରିବେ। ଅକ୍ଟୋବର ୧୫ରେ ସେ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବା ନେଇ ଚର୍ଚ୍ଚା ହେଉଛି । ତେବେ ବିଜେପି ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ତେବେ ଏହି ଶପଥ ଗ୍ରହଣ ସମାରୋହର ତଦାରଖ ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ପଞ୍ଚକୁଲା ଜିଲ୍ଲା କମିଶନରଙ୍କ ଦ୍ୱାରା ପରିଚାଳିତ ହେବ ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି ଯଦିଓ ତିନିଜଣ ସ୍ବାଧୀନ ବିଧାୟକ ସାବିତ୍ରୀ ଜିନ୍ଦଲ, ଦେବେନ୍ଦ୍ର କାଦିଆନ ଏବଂ ରାଜେଶ ଜୁନ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ବର୍ତ୍ତମାନ ଦଳର ସପକ୍ଷରେ ୫୧ ଜଣ ସଦସ୍ୟ ଅଛନ୍ତି। ସରକାରଙ୍କୁ ସମର୍ଥନ ଘୋଷଣା କରିଥିବା ତିନିଜଣ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ହୋଇପାରିବେ। ପୂର୍ବ ସାଇନି ସରକାରଙ୍କ ଦଶ ଜଣ ମନ୍ତ୍ରୀ ଏବଂ ବିଧାନସଭା ବାଚସ୍ପତିଙ୍କ ମଧ୍ୟରୁ ଆଠ ଜଣ ନିର୍ବାଚନରେ ହାରିଛନ୍ତି। ନୂଆ ସରକାରରେ ନୂଆ ଚେହେରାକୁ ସୁଯୋଗ ଦିଆଯାଇପାରେ।

 

Related Articles

Back to top button
WP Twitter Auto Publish Powered By : XYZScripts.com