ଜାତୀୟ

ମଝି ଆକାଶରେ ବିମାନରେ ତ୍ରୁଟି; ବିପଦରେ ୧୪୦ରୁ ଅଧିକ ଯାତ୍ରୀଙ୍କ ଜୀବନ

ନୁଆଦିଲୀ: ମଝି ଆକାଶରେ ବାଜି ଲାଗିଛି ଜୀବନ । ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେଇଛି । ସୂଚନା ଅନୁସାରେ, ତାମିଲନାଡ଼ୁର ତ୍ରିଚିରୁ ବିମାନଟି ୟୁଏଇର ଶାରଜା ଅଭିମୁଖେ ଯାଉଥିଲା । ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିବା ପାଇଲଟ ବିମାନବନ୍ଦର କର୍ତୃପକ୍ଷଙ୍କୁ ଜଣାଇଛନ୍ତି ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ଇତି ମଧ୍ୟରେ ବିମାନ ବନ୍ଦର କର୍ତୃପକ୍ଷ ତ୍ରିଚି ବିମାନବନ୍ଦରରେ ଅବତରଣ କରିବା ଲାଗି ଅନୁମତି ଦେଇଥିଲେ । ସୂଚନା ଅନୁଯାୟୀ, ସନ୍ଧ୍ୟା ୫.୪୦ ମିନିଟରେ ସମ୍ପୃକ୍ତ ଏୟାର ଇଣ୍ଡିଆ ବିମାନ ଉଡାଣ କରିଥିଲା । ତେବେ ଉଡାଣ ବେଳେ କୌଣସି ଅସୁବିଧା ହୋଇନଥିବା ବେଳେ ଉଡାଣ କରିବାର କିଛି ସମୟ ପରେ ପାଇଲଟ ହାଇଡ୍ରୋଲିକ ବ୍ୟବସ୍ଥାରେ ସମସ୍ୟା ଥିବା ଜାଣିପାରିଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ବିମାନରେ ୧୪୦ ଜଣ ଯାତ୍ରୀ ଓ ୨୦ ଜଣ ବିମାନ କର୍ମଚାରୀ ଅଛନ୍ତି ।

ବିମାନ ଉଡାଣ ଓ ଅବତରଣ ସମୟରେ ଚକ ଆପେ ବାହାରି ଥାଏ ଓ ପୁଣି ଭିତରକୁ ପ୍ରବେଶ କରିଥାଏ । ଯଦି ତାହା ଠିକ ଭାବରେ କାମ ନ କରେ ସେ କ୍ଷେତ୍ରରେ ଇନ୍ଧନ ସରିବା ଯାଏଁ ବିମାନକୁ ଉଡାଇ ରଖିବାକୁ ପଡିବ ଓ ଶେଷରେ ଆବଶ୍ୟକ ପଡିଲେ କ୍ରାସ ଲ୍ୟlଣ୍ଡିଙ୍ଗ କରାଯିବ । ଯାହା ଜଣାପଡିଛି, ତ୍ରିଚି ବିମାନବନ୍ଦରରେ ୪୦ଟି ଆମ୍ବୁଲାନ୍ସ ସମେତ ଅଗ୍ନିଶମ ବିଭାଗ, ଉଦ୍ଧାରକାରୀ ଦଳ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com