ଜାତୀୟରାଜନୀତି

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ-ବଢିଲା ସଲମାନ ଖାଁଙ୍କ ସୁରକ୍ଷା

ନୂଆଦିଲ୍ଲୀ: ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ହତ୍ୟା କରାଯିବା ପରେ ମୁମ୍ବାଇରେ ହଇଚଇ ସୃଷ୍ଟି ହୋଇଛି । ମହାରାଷ୍ଟ୍ର ସରକାର ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମ କର୍ଣ୍ଣଲ ସିଂ ଏବଂ ଧରମରାଜ କାଶ୍ୟପ । ଏମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି । ତେଣୁ ଏହି ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇର ହାତ ଥିବା ସନେ୍ଦହ କରାଯାଉଛି ।

ଶନିବାର ରାତିରେ ବାବା ସିଦ୍ଦିକି ନିଜ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସକୁ ଯାଇଥିଲେ। ସେଠାରୁ ଆସି କାର୍‌ ଭିତରେ ବସିବା ପରେ ହିଁ ତାଙ୍କ ଉପରକୁ ଗୁଳି କରାଯାଇଥିଲା । ତାଙ୍କ ପେଟ ଓ ଛାତିରେ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତିନି ଜଣ ଦୁବୃର୍ତ୍ତ ୯.୯ ଏମ୍‌ଏମ୍ ପିସ୍ତଲରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏବେବି ଫେରାର ଅଛି । ୨୫-୩୦ ଦିନ ଧରି ସେଠାରେ ସେମାନେ ରେକି କରିଥିବା ଜଣାପଡିଛି ।

ତିନି ଅଭିଯୁକ୍ତ ଗୁଳି କରିବା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ । କିଛି ସମୟ ଅପେକ୍ଷା କରିବା ପରେ ବାଣ ଫୁଟିବାର ସୁଯୋଗ ନେଇ ବାବା ସିଦ୍ଦିକିଙ୍କୁ ଗୁଳି କରିଥିଲେ । ୧୫ ଦିନ ପୂର୍ବରୁ ତାଙ୍କ ନିକଟକୁ ହତ୍ୟା ଧମକ ଆସିଥିଲା । ସେଥିପାଇଁ ତାଙ୍କୁ ୟ-ପ୍ଲସ୍ ସିକୁ୍ୟରିଟି ଦିଆଯାଇଥିଲା । କିନ୍ତୁ ହତ୍ୟା ଧମକକୁ ମୁମ୍ବାଇ ପୋଲିସ ଅସ୍ୱୀକାର କରିଛି । ସେପେଟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସଲମାନ ଖାଁଙ୍କ ବାସ ଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ କାହିଁକି ବାବା ସିଦ୍ଦିକିଙ୍କୁ ହତ୍ୟା କରାଗଲା ସେନେଇ ତଦନ୍ତ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com