ଓଡ଼ିଶା

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା; ଓଡିଶାରୁ ଚାଲିଗଲା ମୌସୁମୀ

ଭୁବନେଶ୍ୱର: ଓଡିଶାରୁ ଫେରିଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଅପସାରଣ ହେଇଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି । ପାଣିପାଗ ବିଭାଗର ଆକଳନ ସତ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରରେ ଓଡ଼ିଶାରୁ ଫେରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ ଫେରିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଗକୁ ବାଘୁଆ ଶୀତ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି l ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଚଳିତବର୍ଷ ସ୍ଵାଭାବିକ ସମୟର ଦୁଇଦିନ ପୂର୍ବରୁ ମୌସୁମୀ ଫେରିଯାଇଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ସହ ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମର ଅନେକ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି ।

ଏହାସହ ନୂଆପଡା ଓ କଳାହାଣ୍ଡିର କିଛି ଅଂଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଏଥିସହିତ ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସାଧାରଣତଃ ସେପ୍ଟେମ୍ୱର ଶେଷ ଭାଗରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଥାଏ । ହେଲେ ଏଥର ଅକ୍ଟୋବର ମଧ୍ୟ ଭାଗରେ ମୌସୁମୀ ଫେରୁଛି। ଅର୍ଥାତ ପ୍ରାୟ ୧୫ ଦିନ ବିଳମ୍ୱରରେ ମୌସୁମୀ ଫେରୁଛି । ସୂଚନା ଅନୁସାରେ, ଚଳିତବର୍ଷ ଜୁନ ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା ।

ମୌସୁମୀ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଥିଲା । ପାଗ ଅନୁକୂଳ ହେବା ପରେ ଧୀରେ ଧୀରେ ଅନ୍ୟ ଜିଲ୍ଲାରେ ପ୍ରବେଶ କରିଥିଲା । ହେଲେ ସବୁ ଜିଲ୍ଲାକୁ ଛୁଇଁ ପାରିନଥିଲା । ଯେଉଁଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା । ପରବର୍ତ୍ତୀ ସମୟରେ ବିଳମ୍ୱରେ ହେଲେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଆଉ ଚାଷ କାର୍ଯ୍ୟ ହୋଇଥିଲା। ହେଲେ ପ୍ରବଳ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଥିଲା । ଗତ କିଛି ଦିନ ହେଲା ବର୍ଷାର ପରିମାଣ କମିଥିଲା । ଆଗ ଅନୁକୂଳ ହେବାରୁ ମୌସୁମୀ ଫେରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com