ଅନ୍ତର୍ଜାତୀୟଜାତୀୟ

ଅର୍ଥନୀତିରେ ନୋବେଲ ଘୋଷଣା; ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍‌

ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ଏହି ସମ୍ମାନ। ଡାରୋନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନ୍‌ଙ୍କୁ ଅର୍ଥନୀତିରେ ମିଳିବ ନୋବେଲ୍‌ ।

ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍‌ ପୁରସ୍କାର । ବିଜେତା ଭାବେ ଡାରେନ ଏସ୍‌ମୋଗଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନଙ୍କ ନାମ ଘୋଷଣା କରାଯାଇଛି । ଏହି ତିନି ଜଣଙ୍କୁ ମିଳିତ ଭାବେ ନୋବେଲ ମିଳିବ । ଅନୁଷ୍ଠାନଗୁଡିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ ପ୍ରଭାବିତ କରେ ସେ ଉପରେ ଅଧ୍ୟୟନ ପାଇଁ ଏମାନଙ୍କୁ ବିଶ୍ୱର ସର୍ବୋଚ୍ଚ ସମ୍ମାନରେ ନୋବେଲରେ ସମ୍ମାନିତ କରାଯିବ । ଆସନ୍ତା ଡିସେମ୍ବର ୧୦ ନୋବେଲ ପୁରସ୍କାରର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ଦିଆଯିବ।

ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଏ । ଚଳିତ ବର୍ଷ ମଧ୍ୟ ମେଡିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି ଭଳି ପାଞ୍ଚଟି କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା ସହିଛି । କେବଳ ଅର୍ଥଶାସ୍ତ୍ରରେ ବାକି ଥିଲା, ଯାହା ଆଜି ଘୋଷିତ ହୋଇଛି । ପ୍ରତିବର୍ଷ ଅକ୍ଟୋବର ୭ରୁ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଏ। ଏହା ପରେ ଆଲଫ୍ରେଡ ନୋବେଲଙ୍କ ଜୟନ୍ତୀ ଅବସରରେ ପୁରସ୍କାର ଦିଆଯାଏ । ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଏବଂ ନୋବେଲ୍ ମେଡାଲ୍ ଦିଆଯାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com