ଜାତୀୟରାଜନୀତି

ଦ୍ଵିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାଏବ ସିଂହ ସୈନି

ଚଣ୍ଡିଗଡ଼: ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାଏବ ସିଂହ ସୈନି। ଲଗାତର ଦ୍ଵିତୀୟ ଥର ପାଇଁ ସେ ଏହି ପଦରେ ଶପଥ ନେଇଛନ୍ତି। ପଞ୍ଚକୁଳାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୈନୀଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଏହି ସମାରୋହରେ ଶପଥ ନେଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଏନଡିଏର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

ଅନ୍ୟପଟେ ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ପରେ ୮ରେ ଭୋଟ୍ ଗଣତି ହୋଇଥିଲା । ସମସ୍ତ ଏକଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେପି ଲଗାତାର ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଥିଲା । ରାଜ୍ୟର ମୋଟ ୯୦ ଆସନରୁ ବିଜେପିକୁ ୪୮ଟି ଆସନ ମିଳି ଥିବାବେଳେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା । ଫଳରେ ବହୁମତ ସହ ଦଳ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ସୈନି କୁରୁକ୍ଷେତ୍ର ଜିଲ୍ଲାର ଲଦୱା ଆସନରୁ ବିଜୟୀ ହୋଇଥିଲେ ।

ସେପଟେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପରେ NDAର ସଦସ୍ୟ ଦଳକୁ ନେଇ ଜରୁରୀ ବୈଠକ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହରିୟାଣାରେ ହିଁ ଏହି ବୈଠକ ବସିବ। ଏଥିରେ ଦଳର ବରିଷ୍ଠ ନେତା, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଏନଡିଏ ସଦସ୍ୟ ଦଳର ମୁଖିଆମାନେ ସାମିଲ ରହିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com