ଓଡ଼ିଶା

ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଶକ୍ତି ବିଭାଗ,

ଭୁବନେଶ୍ୱର: ଓଡିଶାକୁ ହିଟ କରିବ ସମ୍ଭାବ୍ୟ ବାତ୍ୟା ‘ଦାନ’ l ତେବେ ଯାହା କୁହାଯାଉଛି କି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୩ ଓ ୨୪ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ବାତ୍ୟା ସମୟରେ ବିଦ୍ୟୁତ ସଂଯୋଗ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ।

ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୁରା ପ୍ରସ୍ତୁତ ରହିଛି । ବାତ୍ୟା ସମୟରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଭାବିତ ସମ୍ଭାବନା ରହିଛି। ବିଦ୍ୟୁତ ସଂଯୋଗ ପ୍ରଭାବିତ ହେଲେ ତୁରନ୍ତ ଯେପରି ସ୍ଥିତି ସୁଧାରି ଦିଆଯିବ ସେଥିପ୍ରତି ବିଭାଗ ସମସ୍ତ ପ୍ରସ୍ତୁତି କରିଛି । ରାସ୍ତାରେ ଗଛ ଉପୁଡି ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଲେ ତୁରନ୍ତ ଅବରୋଧ ହଟାଇ ପୁଣି ବିଜୁଳି ଯୋଗାଣ ପାଇଁ ପୁରା ପ୍ରସ୍ତୁତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com