ଓଡ଼ିଶା
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ନେଇ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ

ଭୁବନେଶ୍ୱର: ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି IMD ପକ୍ଷରୁ ସୂଚନା ଦେଇଛି । ଏହାରି ଭିତରେ ଦେଖାଦେଇଛି ଦୋକାନୀଙ୍କ କଳାବଜାରୀର କେଳେଙ୍କାରୀ l ଏହାକୁ ଦୃଷ୍ଟିରେ ରଖି କଳାବଜାରୀ ଆଶଙ୍କାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଷ୍ଟକ ସେଣ୍ଟରରେ ଚଢ଼ାଉ ଆରମ୍ଭ ହୋଇଛି ।
ଯେଉଁଠି କିଛି ବି ଅଭିଯୋଗ ଆସୁଛି ସଙ୍ଗେସଙ୍ଗେ ଜିଲା ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତଦାରଖ କରାଯାଉଛି । ତେଣୁ ଏହି ଦୁର୍ବିପାକ ସମୟରେ ଏଥିରୁ ନିବୃତ ରହିବା ପାଇଁ ନିବେଦନ କରିଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ବର୍ତ୍ତମାନ ସବୁ ଖାଦ୍ୟ ସାମଗ୍ରୀ କଟକରେ ମହଜୁଦ ରହିଛି । ଖାଉଟିମାନେ ଚିନ୍ତା ନ କରିବା ପାଇଁ କହିଛନ୍ତି ଜିଲାପାଳ । ଯଦି କଳାବଜାରୀ ନଜର ଆସେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ।