ଓଡ଼ିଶା

ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ

ଭୁବନେଶ୍ୱର() ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୧% ମତଦାନ ହୋଇଛି । ମତଦାନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଏସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ।’

ତେବେ ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ କମିଶନର ଦୃଢ଼ ନିନ୍ଦା କରିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଞ୍ଝାରପୁରେ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଆକ୍ରମଣ ନିନ୍ଦାର ବିଷୟ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com