ଓଡ଼ିଶା

ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ; କାଲି ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟର ରୂପ ନେଇଛି । ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ପୁରୀ ଓ ସାରଗଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କି.ମି ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଗତ ୬ଘଣ୍ଟା ହେବ ଘଣ୍ଟାପ୍ରତି ବାତ୍ୟା ୧୮ କି.ମି ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପରାଦ୍ୱୀପଠାରୁ ୫୬୦ ଓ ସାଗରଦ୍ୱୀପର ୬୩୦ କି.ମି ଦୂରରେ ରହିଛି । ତେବେ ବାତ୍ୟାକୁ ନେଇ ସବୁ ବନ୍ଦରକୁ ୨ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ କିଛି ସ୍ଥାନରେ ୪୦ରୁ ୫୦ କି.ମି ବେଗରେ ବହିବା ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com