ଜାତୀୟରାଜନୀତି

ଝାଡଖଣ୍ଡ ନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଆଉ କିଏ, ଜାଣନ୍ତୁ

ନୂଆଦିଲ୍ଲୀ: ଝାଡଖଣ୍ଡରେ ଆସନ୍ତା ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ ହେବ । ଏନେଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କଲେଣି l ଏହାରି ମଧ୍ୟରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ହରାଇ ସରକାର ଗଢ଼ିବାକୁ ଲାଗି ପଡ଼ିଛି ବିଜେପି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ସମେତ ଚାଲିଶ ଜଣ ରହିଛନ୍ତି । ଆଉ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଏହି ଦୁଇଜଣ ଝାଡଖଣ୍ଡ ନିର୍ବାଚନର ମୁଖ୍ୟ ଆକର୍ଷଣ ହେବେ ।

ଚାଲିଶ ଜଣିଆ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସେହିପରି ତୃତୀୟ ରାଜନାଥ ସିଂ ଏବଂ ଚତୁର୍ଥରେ ଅମିତା ଶାହା। ତାପରେ ନୀତିନ ଗଡକରୀ, ଶିବରାଜସିଂ ଚୌହ୍ବାନ ଏବଂ ହେମନ୍ତ ବିଶ୍ବଶର୍ମା ରହିଛନ୍ତି । ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ 12 ନମ୍ବରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 17 ନମ୍ବରରେ ରହିଛନ୍ତି । ତେବେ ଏହି ତାଲିକାରେ ଆଦିବାସୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

ଯେପରିକି ଚମ୍ପେଇ ସୋରେନ, ଅର୍ଜ୍ଜୁନ ମୁଣ୍ଡା, ବିଷ୍ଣୁ ଦେଶାଇ ପ୍ରମୁଖ ରହିଛନ୍ତି । ସୂଚନା ମୁତାବକ, ଝାରଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com