Featuredରାଜନୀତି

ଅପରେସନ୍ ହସ୍ତ! କଂଗ୍ରେସ ଭିଡୁଛି ବିଜେପି ହାତ

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଆଉ ମାତ୍ର କେଇ ମାସ ପରେ ହେବ ଦେଶରେ ଲୋକସଭା ନିର୍ବାଚନ । ଏଥିପାଇଁ ବଳ କଷିବା ଆରମ୍ଭ କଲେଣି ବିଜେପି-କଂଗ୍ରେସ । ବିଭିନ୍ନ ରାଜ୍ୟ ପାଇଁ ଦୁଇ ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ଚଳାଇଛି ଅପରେସନ୍ ହସ୍ତ! ଅର୍ଥାତ୍ ବିଜେପି ନେତା-ବିଧାୟକଙ୍କୁ କଂଗ୍ରେସ ପାଲକୁ ଆସିିବା ପାଇଁ ପ୍ରସ୍ତୁତ ରଣନୀତି ହେଉଛି ଅପରେସନ ହସ୍ତ । ଏହାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ନିକଟରେ ରାଜ୍ୟ କ୍ଷମତାକୁ ଅକ୍ତିଆର୍ କରିନେଇଥିବା କଂଗ୍ରେସ ଏଠାରେ ଚଳାଇଛିି ବିଶେଷ ପ୍ରସ୍ତୁତି । ନିଜ ଦଳର ପୁରୁଣା ନେତା ଓ ବିଧାୟକଙ୍କୁ ଘରବାହୁଡ଼ା କରିବା ସହ ଅନ୍ୟ ଦଳର ନେତାଙ୍କୁ ଆକର୍ଷିତ କରିବା ପାଇଁ କର୍ଣ୍ଣାଟକରେ ଆରମ୍ଭ ହୋଇଯାଇଛି ଅପରେସନ୍ ହସ୍ତ ।

କଂଗ୍ରେସ ଚଳାଇଥିବା ଗୋଟି ଚାଳନାରେ ଅନେକ ନେତା ଏବେ କଂଗ୍ରେସ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ବିଜେପି ବିଧାୟକ ସୋମଶେଖର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଭେଟିବା ପରେ ରାଜନୀତିକ ଆଲୋଚନା ବେଶ୍ ସରଗରମ ହୋଇଛି ।

ତେବେ ପ୍ରଥମେ ଆସନ୍ତୁ ଜାଣିବା ସୋମଶେଖରଙ୍କ ସମ୍ପର୍କରେ:
ଶେଟ୍ଟିହାଲ୍ଲି ଟିମ୍ମେଗୌଡା ସୋମଶେଖର ଗୌଡା । ସଂକ୍ଷିପ୍ତରେ ଏସଟି ସୋମଶେଖର ଭାବେ ଖୁବ୍ ପରିଚିତ । ୨୦୨୦ ଫେବୃଆରି ୬ରୁ ୨୦୨୩ ମଇ ୧୩ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର କୋ-ଅପରେସନ ମିନିଷ୍ଟର୍ ରହିଥବଲେ । ଯଶୱନ୍ତପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୧୮ରେ କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ପରେ ସୋମଶେଖର ବିଜେପିକୁ ଡିଆଁ ମାରିଥିଲେ ଏବଂ ୨୦୧୯ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଖାଲି ସେତିକି ନୁହେଁ ସେହି ବିଜେପି ଟିକେଟରୁ ୨୦୨୩ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଛନ୍ତି । କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ ସୋମଶେଖର ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିପାରନ୍ତି ।

ତେବେ ଏଭଳି ଚର୍ଚ୍ଚାକୁ ନେଇ ସୋମଶେଖର କିନ୍ତୁ ଦେଇଛନ୍ତି ଭିନ୍ନ ବୟାନ । ସେ କହିଛନ୍ତି ଯେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସେ କଂଗ୍ରେସର ହେବିୱେଟ ତଥା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ସାକ୍ଷାତ କରିଛନ୍ତି । ଏଠାରେ କହି ରଖୁଛୁ ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଯଶୱନ୍ତପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଟିଏସ୍ ସୋମଶେଖର ରବିବାର ତାଙ୍କ ବାସଭବନରେ ଭେଟିଥିଲେ । ଏନେଇ ସେ କହିଛନ୍ତି ଯେ ତାଙ୍କ ନିର୍ବାଚନୀ କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତିଙ୍କ ପାଇଁ ଏକ ହସପିଟାଲ୍ ଏବଂ ଏକ ଫ୍ଲାଇଓଭର୍ ବ୍ରିଜ୍ ଆବଶ୍ୟକତା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ସେପଟେ ସୋମଶେଖର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହ ସମ୍ପର୍କରେ ଥିବାବେଳେ ନିକଟରେ ଡି. ଶିବକୁମାରଙ୍କୁ ତାଙ୍କ ପଲଟିକାଲ୍ ଗୁରୁ ବୋଲି କହି ଚର୍ଚ୍ଚାର ପରିସରକୁ ଆସିଥିଲେ । ତେଣୁ କଂଗ୍ରେସର ଅପରେସନ୍ ହସ୍ତରେ ହାତ ଧରି ପାରନ୍ତି ସୋମଶେଖର- ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପକ୍ଷରେ କଂଗ୍ରେସର ଏହି ରଣନୀତିକୁ ନେଇ ବିଜେପିର ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବତନ ମନ୍ତ୍ରୀ ସିଟି ରବି କହିଛନ୍ତି ଯେ ହାତକୁ କେମିତି ସଞ୍ଚାଳନ କରାଯିବ ସେମାନଙ୍କୁ ଭଲଭାବରେ ଜଣାଅଛି । ଆଉ ରବିଙ୍କ କଥାକୁ ତୁରନ୍ତ କାଉଣ୍ଟର୍ ଆଟାକ୍ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଡି. ଶିବକୁମାର । ଯେତେବେଳେ କଂଗ୍ରେସ ଓ ଜେଡିଏସର ନେତା-ବିଧାୟକଙ୍କୁ ବିଜେପି ନେଇଗଲା ସେତେବେଳେ କଣ ହେଲା? ଏବେ ହାତ କାଟିଦେବାର ଧମକ ଦେଉଥିବା ବିଜେପି ନେତାଙ୍କୁ ଧମକ ଶୁଣିବାକୁ ମଧ୍ୟ ପଡ଼ିବ ବୋଲି ଶିବକୁମାର ଟାର୍ଗେଟ୍ କରି ରବିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ତେବେ କର୍ଣ୍ଣାଟକରେ କେଉଁ ନାଟକ କେମିତି ଦୃଶ୍ୟ ତିଆରି କରୁଛି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com