ବାତ୍ୟା ଦାନା ପ୍ରଭାବରେ ୧୦୮ଟି ବ୍ଲକ ପ୍ରଭାବିତ: ସୁରେଶ ପୂଜାରୀ
ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ପ୍ରତିକ୍ରିୟା । ସେ କହିଛନ୍ତି ବାତ୍ୟା ସମୟରେ ୮ ଲକ୍ଷ ୧୦ ହଜାର ୮୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା l ୧ ଲକ୍ଷ ୨୫ ହଜାର ୯୧ଟି ଘର କ୍ଷତିଗ୍ରସ୍ତ ହୋଇଛି । ୭୫୫ ଜଣଙ୍କୁ ପାଲ ବଣ୍ଟନ କରାଯାଇଛି। ସୋମବାର ଯଦି ପାଗ ଅନୁକୂଳ ରହେ ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଲି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି ବୋଲି ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି । ବାତ୍ୟା ଦାନା ପ୍ରଭାବରେ ୧୪ ଜିଲ୍ଲା ର ପ୍ରାୟ ୧୦୮ ବ୍ଲକ ଅନ୍ତର୍ଗତ ୧୬୭୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି ।
୩୧ଟି ସହରାଞ୍ଚଳର ୪୨୬ ଓ୍ବାର୍ଡ ବାସୀନ୍ଦା ମଧ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ବାତ୍ୟା ଯୋଗୁଁ ମୋଟ୍ ୩୫ ଲକ୍ଷ ୯୫ ହଜାର ଲୋକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ବୁଢାବଳଙ୍ଗ ସତର୍କ ସ୍ତରର ୦.୩୫ ମିଟର ଉପରେ ଅଛି । ହେଲେ ବିପଦ ସଂକେତ ନାହିଁ । ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଆସିବ । ଏସଆରସିଙ୍କ ପାଖକୁ ୧୪ ଜିଲ୍ଲାର ଜିଲାପାଳ ମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।