ଓଡ଼ିଶା
କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ସୁଶୀଲ କୁମାର ଲୋହାନୀ
ଭୁବନେଶ୍ୱର: ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ସେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ୟ୍ୟ କରିବେ । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ ଗିରିଶ । ସେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଏପର୍ୟ୍ୟନ୍ତ କୌଣସି ଦାୟିତ୍ୱ ମିଳିନଥିବା ଜଣାପଡ଼ିଛି ।
ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଦ୍ୱାରା ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆଇଏଏସ୍ ଲୋହାନୀ ଏବେ ରାଜ୍ୟ ପଂଚାୟତିରାଜ ଓ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ସେ ନଭେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ରକୁ ଡେପୁଟେସନରେ ଯିବେ ବୋଲି ଜଣାପଡ଼ିଛି ।