Uncategorizedଓଡ଼ିଶା

ଖୁବ୍‌ ଶୀଘ୍ର ଏମାନଙ୍କୁ ମିଳିବ ପ୍ରଥମ ପାଳିର ତୃତୀୟ କିସ୍ତି ‘ସୁଭଦ୍ରା’ ଟଙ୍କା; ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା..

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏନେଇ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବ୍‌ ଶୀଘ୍ର ମିଳିବ ବୋଲି ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା ।

ଅନ୍ୟପଟେ ହିତାଧିକାରୀ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ଖାତାକୁ ଟଙ୍କା ଆସିନାହିଁ ? ତାହେଲେ ବ୍ୟସ୍ତ ହେବା କିଛି ଆବଶ୍ୟକ ନାହିଁ । କାରଣ ଯଦି ଟଙ୍କା ମିଳିନି ବା ହିତାଧିକାରୀଙ୍କ ଆବେଦନ ବର୍ତ୍ତମାନ ବିଚାରଧିନ ଅବସ୍ଥାରେ ଅଛି । ଏଥିପାଇଁ ବିଭାଗ ତରଫରୁ ହିତାଧିକାରୀଙ୍କୁ ଫୋନ୍ କିମ୍ବା ମେସେଜ୍ ଯାଇପାରେ l ଯେ ତ୍ରୁଟି କେଉଁଠି ରହିଛି, ଆଉ କ’ଣ ଠିକ୍ କରିବାକୁ ପଡିବ? କିନ୍ତୁ ଏଥିପାଇଁ କୌଣସି ଓଟିପି ବିଭାଗ ମାଗିବ ନାହିଁ ।

ଏଥିସହିତ ଯଦି ରାସନ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ କେଓ୍ବାଇସି ଭରିନାହାନ୍ତି ତାହାଲେ ସଙ୍ଗେ ସଙ୍ଗେ ଲିଙ୍କ୍ କରାନ୍ତୁ । ତେବେ ଏବେ ପର୍ଯ୍ୟନ୍ତ ମୋଟ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୬୦ ହଜାର ଯୋଗ୍ୟ ମହିଳାଙ୍କୁ ବହୁ ଚର୍ଚ୍ଚିତ ସୁଭଦ୍ରାର ପ୍ରଥମ କିସ୍ତି ୫୦୦୦ ହଜାର ଲେଖାଁଏ ମିଳିସାରିଛି । ଏବେ ପର୍ଯ୍ୟନ୍ତ କୋଟିଏରୁ ଅଧିକ ମହିଳା ଆବେଦନ କରିସାରିଲେଣି ।

ତେବେ ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ । ଏଥିରେ ବର୍ଷକୁ ମୋଟ ଦୁଇଟି କିସ୍ତିରେ ୧୦,୦୦୦ ଲେଖାଏଁ ଟଙ୍କା ରାଜ୍ୟର ଯୋଗ୍ୟ ମହିଳାଙ୍କୁ ମିଳିବ । ଆସନ୍ତା ୫ ବର୍ଷରେ ଖାତାକୁ ଚଢିବ ୫୦ ହଜାର ।

Related Articles

Back to top button
WP Twitter Auto Publish Powered By : XYZScripts.com