ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନିର୍ବାଚନ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସମ୍ୱାଜିନଗର ମଧ୍ୟ ଆସନରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । କେବଳ ଏତିକି ନୁହେଁ, ନାମ ପ୍ରତ୍ୟାହାର କରିବା ପରେ ସିଏମ୍ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପାଇଁ ଏହା ଏକ ବଡ ଝଟକା । ସମ୍ୱାଜିନଗର ମଧ୍ୟ ଆସନରୁ କିଶନଚନ୍ଦ ତନୱାନୀ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବା ପରେ ଏକ ବଡ ଦାବି କରିଛନ୍ତି ।
ସେ କହିଛନ୍ତି ଯେ, ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଭିଏ ଏକ ବଡ଼ ବ୍ୟବଧାନରେ ହାରିବ । ନାମାଙ୍କନପତ୍ର ଦାଖଲ ପାଇଁ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀରେ କିଶାନଚନ୍ଦ ତନୱାନି ତାଙ୍କ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ। ରାଜନୈତିକ ମହଲରେ ଆଲୋଚନା ଚାଲିଛି ଯେ, ଏହା ପଛର କାରଣ କ’ଣ? କୁହାଯାଉଛି ଯେ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ଅନ୍ୟ ଜଣେ ପ୍ରାର୍ଥୀ ଦେବେ।