ଓଡ଼ିଶା

ସ୍ନାତକ-ଯୁକ୍ତତିନି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ବଳକା ସିଟରେ ହେବ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର: ୟୁଜି, ପିଜି, ବି.ଏଡ୍‌/ଏମ୍‌.ଏଡ୍‌ ପାଠ୍ୟକ୍ରମରେ ବଳକା ଥିବା ସିଟମାଙ୍କରେ ସାମ୍‌ସ ପୋର୍ଟାଲ୍‌ ମାଧ୍ୟମରେ ଆରମ୍ଭ ହେବ ନାମଲେଖା । ଏନେଇ ଖାଲିଥିବା ଯୁକ୍ତ ତିନି, ପିଜି ଏବଂ ୨ ବର୍ଷିଆ ବିଏଡ୍‌ ପାଠ୍ୟକ୍ରମର ସିଟରେ ହେବ ସ୍ପଟ୍‌ ଆଡମିଶନ । ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟରେ ହେବ ସ୍ପଟ୍‌ ଆଡମିଶନ ।

ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ । ୧୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୨୧ ତାରିଖରେ ନାମଲେଖା ଅନୁଷ୍ଠିତ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ସହ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ତେବେ ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ରାଙ୍କ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ ।

ଅନ୍ୟପଟେ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହ କ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ସିଟ୍ ଗୁଡିକର ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ସ୍ନାତକ (U.G.) , ସ୍ନାତକୋତ୍ତର (P.G.) ଏବଂ ଦୁଇ ବର୍ଷିଆ B.Ed./ M.Ed. ପାଠ୍ୟକ୍ରମ ନିମନ୍ତେ ସାମ୍ସ ପୋର୍ଟାଲ ମାଧ୍ୟମରେ SPOT (ସ୍ପଟ) ଆଡମିଶନ ହେବ l

ରାଜ୍ୟରେ ସ୍ନାତକ ତଥା ଯୁକ୍ତ ତିନି ନାମଲେଖା ପାଇଁ ୨ ଲକ୍ଷ ୭୪ ହଜାର ୩୪୩ ସିଟ୍‌ ଥିବା ବେଳେ ୨ ଲକ୍ଷ ୩ ହଜାର ୯୨୩ ସିଟ୍‌ରେ ନାମଲେଖା ହୋଇଛି । ଆହୁରି ୭୦ ହଜାର ୪୨୦ ସିଟ୍‌ ଖାଲି ପଡ଼ିଛି । ସେହିପରି ସ୍ନାତକୋତ୍ତର ତଥା ପିଜି ନାମଲେଖା ପାଇଁ ୨୯ ହଜାର ୫୫୯ ସିଟ୍‌ ଥିବା ବେଳେ ୭୫୮୪ ସିଟ୍‌ ଖାଲି ପଡ଼ିଛି । ସେହିପରି ବିଏଡ୍‌ ଓ ଏମ୍‌ଏଡ୍‌ ନାମଲେଖା ପାଇଁ ୨୭୫୦ ସିଟ୍‌ ଥିବା ବେଳେ ଆହୁରି ୫୬ ସିଟ୍‌ ଖାଲି ପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com